ଜିଲ୍ଲାସ୍ତରୀୟ ସମୀକ୍ଷା ସମିତି ଓ ଜିଲ୍ଲା ପରାମର୍ଶଦାତା ସମିତି ବୈଠକ

କଟକ, (ଓ୍ବାଇଏନଏସ): କଟକ ଜିଲ୍ଲାସ୍ତରୀୟ ସମୀକ୍ଷା ସମିତି (DLRC) ଓ ପରାମର୍ଶଦାତା ସମିତି (DCC) ବୈଠକ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ମାନ୍ୟବର ସାଂସଦ କଟକ ଡଃ ଭର୍ତ୍ତୁହରି ମହତାବଙ୍କ ଅଧ୍ୟକ୍ଷତା ଏବଂ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଅଛି । ପୂର୍ବ ବୈଠକରେ ନିଆଯାଇଥିବା ନିଷ୍ପତି ଅନୁସାରେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ଋଣ ବଣ୍ଟନ ଓ ଅଧିକ ବ୍ୟାଙ୍କ ଖୋଲିବା, ଲୋକଙ୍କ ସୁବିଧା ଅନୁସାରେ ବ୍ୟାଙ୍କର ସ୍ତାନାନ୍ତରଣ ଆଦି ଉପରେ ଆଲୋଚନା କରାଯାଇଥିଲା । ଆଜିର ବୈଠକରେ ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଅଧୀନରେ ହିତାଧିକାରୀଙ୍କୁ ଋଣ ଯୋଗାଣ ଉପରେ ମଧ୍ୟ ଆଲୋଚନା ହୋଇଥଲା । ଏଥି ସହ ଉପସ୍ଥିତ ବ୍ୟାଙ୍କ ଗୁଡିକରେ ବିଭିନ୍ନ ବିଭାଗର ଋଣ ଅନୁମୋଦନ ପାଇଁ ବାକି ଥିବା କାର୍ଯ୍ୟ ଗୁଡିକ ତୁରନ୍ତ ସମାଧାନ କରିବାକୁ ଡଃ ମହତାବ ନିର୍ଦ୍ଦେଶ ଦେବା ସହ କୃଷି , ପଶୁପାଳନ, ମତ୍ସ୍ୟ, ଉଦ୍ୟାନ କୃଷି ଆଦି କ୍ଷେତ୍ରରେ ଅଧିକରୁ ଅଧିକ ଋଣ ପ୍ରଦାନ କରି ଜିଲ୍ଲାର ଉନ୍ନତିରେ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ପିଏମ ସ୍ଵନିଧି , ପିଏମ୍ ବିଶ୍ଵକର୍ମା,ପିଏମ୍ ବଳରାମ ଆଦି ଯୋଜନା ଗୁଡ଼ିକର ସଫଳ ରୂପାୟନ ନିମନ୍ତେ ଆବଶ୍ୟକୀୟ ଋଣ ପ୍ରଦାନ ନିମନ୍ତେ ଆଲୋଚନା କରାଯାଇଥିଲା । ସମୀକ୍ଷା ବୈଠକରେ ମାନ୍ୟବର ବିଧାୟକ କଟକ ସଦର ଇଂ ପ୍ରକାଶ ଚନ୍ଦ୍ର ସେଠୀ, ମାନ୍ୟବର ବିଧାୟକ ବଡମ୍ବା ଶ୍ରୀ ବିଜୟ ଦଳବେହେରା ଆଵଶ୍ୟକତା ଅନୁଯାୟୀ ଗ୍ରାମାଞ୍ଚଳ ମାନଙ୍କରେ ନୂତନ ବ୍ୟାଙ୍କ ସେବା ଉପଲବ୍ଧ କରାଇବା ସମ୍ଵନ୍ଧରେ ଆଲୋକପାତ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଡ. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଡ଼ିଡ଼ିଏମ ନାବାର୍ଡ କଟକ, ପ୍ରଣିମା ପରିଡା, ଆର ବି ଆଇ ଏଲଡିଓ ରିତେଶ ପାତ୍ର ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ ।ଲିଡ ବ୍ୟାଙ୍କ ପ୍ରବନ୍ଧକ ଶ୍ରୀ ସତ୍ୟ ରଞ୍ଜନ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ବ୍ୟାଙ୍କର ଅଧିକାରୀ, ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ