ବନ ମହୋତ୍ସବ ପାଳିତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ୭୭ ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ସୋମବାର ଦିଗପହଣ୍ଡି ବ୍ଳକ କଇଠଖଣ୍ଡି – କଇଠଡା ପଞ୍ଚାୟତ ସଂଲଗ୍ନ  ଗାଇଡା ସଂରକ୍ଷିତ ଜଙ୍ଗଲ କମଳାପୁର ଠାରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ଏବଂ କଇଠଖଣ୍ଡି , କଇଠଡା ପଞ୍ଚାୟତ କର୍ତ୍ତୃପକ୍ଷ ଙ୍କ ମିଳିତ ଉଦ୍ୟମରେ ଆୟୋଜିତ ବନ ମହୋତ୍ସବ ରେ  ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଶନି ଖୋକର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷ ଚାରା ରୋପଣର ମହତ୍ତ୍ଵ ଏବଂ ତାହାର ସୁରକ୍ଷା ଦିଗରେ ଉପସ୍ଥିତ ଗ୍ରାମବାସୀ ମାନଙ୍କୁ ସଚେତନତା କରାଇଥିଲେ ।  ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ ଦିବ୍ୟରଞ୍ଜନ ସାହୁ , କଇଠଖଣ୍ଡି ସରପଞ୍ଚ ମନୋରଞ୍ଜନ ଗୈାଡ , କଇଠଡା ସରପଞ୍ଚ ଗୈାରୀ ଗୈାଡ , ସରପଞ୍ଚ ପ୍ରତିନିଧି ଦେବହରି ଗୈାଡ ପ୍ରମୁଖ ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟଅତିଥି ଙ୍କ ସମେତ ସମ୍ମାନିତ ଅତିଥି ବୃନ୍ଦ ଜଙ୍ଗଲ ପରିସରରେ ୨୦୦ ରୁ ଉର୍ଦ୍ଧ୍ବ ବିଭିନ୍ନ କିସମର ଔଷଧୀୟ ଚାରା ରୋପଣ କରିଥିଲେ । ଏପରିକି ଅଧିକରୁ ଅଧିକ ଚାରା ରୋପଣ କରି ସୁସ୍ଥ ଓ ସବୁଜ ପରିବେଶ ଗଠନ ପାଇଁ ସଭାରେ ଅତିଥି ବୃନ୍ଦ ମତ ପ୍ରକାଶ କରିଥିଲେ ।  ଏହି ଜଙ୍ଗଲରେ ଚଳିତ ବର୍ଷ ୧୦ ହଜାରରୁ ଉର୍ଦ୍ଧ୍ବ ଚାରା ରୋପଣ କରାଯିବାକୁ ଲକ୍ଷ୍ୟ ରହିଥିବା ବେଳେ ବୃକ୍ଷରୋପଣ ନିମନ୍ତେ ଉପଯୁକ୍ତ ସ୍ଥାନ ନିରୁପଣ  କରାଯାଇଛି । ବନପାଳ ସନ୍ତୋଷ କୁମାର ବିଷୋୟୀ ରତ୍ନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବନାଞ୍ଚଳର ସମସ୍ତ କ୍ଷେତ୍ର କର୍ମଚାରୀ , ସ୍କ୍ୱାର୍ଡ ବାହିନୀ , ସ୍ଥାନୀୟ ଅଞ୍ଚଳର ଅଧିବାସୀ ଏବଂ ମହିଳା ଗୋଷ୍ଠୀ ସଦସ୍ୟା ବୃନ୍ଦ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ  କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ