ଜାତୀୟ ସ୍ତରରେ ଓଡିଶା ରଗବି ଫୁଟବଲ ଚମ୍ପିୟାନ
ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ଅନ୍ତର୍ଗତ କଣ୍ଟିଦୋଳ ଗ୍ରାମର ଝିଅ ନିଜ ଅଞ୍ଚଳ ଏବଂ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। କଥାରେ ଅଛି ପ୍ରକୃତରେ ଅସଲି କ୍ରୀଡ଼ାବିତ ଗ୍ରାମରୁ ହିଁ ଆସିଥାନ୍ତି। ଓଡିଶା ରଗବି ଫୁଟବଲ ଚମ୍ପିୟାନ ଟିମର ଖେଳାଳି ସ୍ୱପ୍ନାରାଣୀ ବେହେରା ଓଡିଶା ଟିମକୁ ଚମ୍ପିୟାନ କରାଇ ସାରା ଭାରତବର୍ଷରେ ଓଡିଶାକୁ ଗର୍ବିତ କରିଥିବା ବେଳେ ଭଦ୍ରକ ଜିଲ୍ଲାର ରଗବି ଫୁଟବଲ ଆସୋସିଏସନକୁ ମଧ୍ୟ ଗର୍ବିତ କରିଛି। ଓଡିଶା ଓ କର୍ଣ୍ଣାଟକ ମଧ୍ୟରେ ଫାଇନାଲ ଖେଳରେ ଓଡିଶା ବାଳିକା ଟିମ କର୍ଣ୍ଣାଟକ ବାଳିକା ଟିମକୁ ହରାଇ ଚମ୍ପିୟାନ ହୋଇଛି। ସ୍ୱପ୍ନା ରାଣୀଙ୍କର ବାପା ଜଣେ କୃଷକ,ମାତା ହେଲେ ଗୃହିଣୀ,ସେହି ଅଭାବ ଅନାଟନ ଭିତରେ ମାତା -ପିତା କେବେ ଝିଅର ଖେଳରେ ବାଧାସୃଷ୍ଟି ନକରି ବରଂ ଝିଅକୁ ଉତ୍ସାହିତ କରିଥିବାରୁ ସେହି ଶୁନାନାକି ଝିଅ ଆଜି ଓଡିଶାକୁ ଚମ୍ପିୟାନ କରାଇ ଓଡିଶା ସରକାର ତଥା ଆମ ଧାମନଗରର ଯୁବ କ୍ରୀଡାମନ୍ତ୍ରୀ ସୁରଜ ସୂର୍ଯ୍ୟାବଂଶୀଙ୍କ ଆଶା ଓ ଆକାଂକ୍ଷାକୁ ମଧ୍ୟ ଚମ୍ପିୟାନ କରାଇଛନ୍ତି। ଏହି ଓଡିଶା ଚମ୍ପିୟାନ ଝିଅକୁ ଧାମନଗରର ଯୁବ ଓ କ୍ରୀଡାମନ୍ତ୍ରୀ ସୁରଜ ସୂର୍ଯ୍ୟାବଂଶୀ ଶୁଭେଚ୍ଛା ଜଣାଇଛନ୍ତି। ଯଦି ସରକାର ବ୍ଲକ ସ୍ତରରୁ କ୍ରୀଡ଼ାବିତ ଚୟନ କରନ୍ତି ଓଡିଶା ତଥା ସାରା ଭାରତବର୍ଷରେ ପ୍ରତ୍ୟେକ ଖେଳରେ କ୍ରୀଡ଼ାବିତଙ୍କର ମନୋବଳ ବଢ଼ି ପାରନ୍ତା। ତେବେ ଭଦ୍ରକ ଜିଲ୍ଲା ଓ ଧାମନଗର ମାଟିର ଗୌରବ ଆଣିଥିବାରୁ ଜିଲ୍ଲା ରଗବି ଫୁଟବଲ ଆସୋସିଏସନର କର୍ମକର୍ତାମାନେ ସ୍ୱପ୍ନାରାଣୀ ବେହେରାକୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ସେ ଇଣ୍ଡିଆ ତରଫରୁ ଖେଳି ଆନ୍ତର୍ଜାତୀୟ ଷ୍ଟାର ହୋଇ ଆମ ଅଞ୍ଚଳର ବାସନାକୁ ଆହୁରି ଅନେକ ଆଗକୁ ନିଅନ୍ତୁ ଏତିକି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।


