ବାଇକ୍ କୁ ଧକ୍କା ଦେଲା ଆମ ବସ୍, ବାଇକ୍ ଆରୋହୀ ଗୁରୁତର
କଟକ, (ଓ୍ବାଇଏନଏସ): ପୁଣି ଆତଙ୍କ ଖେଳାଇଲା ଆମ ବସ୍। ବାଇକ୍କୁ ଧକ୍କା ଦେଇ ୪୦ ଫୁଟ ଘୋଷାଡ଼ି ନେଲା ଆମ୍ ବସ୍। କଟକ ମଲାଚଣ୍ଡିଆ ଛକରେ ଦୁର୍ଘଟଣା ଘଟାଇଲା ‘ଆମ୍ ବସ୍’। ଭୟଙ୍କର ଦୁର୍ଘଟଣାରେ ବାଇକ୍ ଆରୋହୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁର୍ଘଟଣାରେ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ ପହଞ୍ଚି ଗୁରୁତର ବାଇକ୍ ଆରୋହୀକୁ ପିସିଆର୍ ଭ୍ୟାନ୍ ଯୋଗେ ମେଡିକାଲ ପଠାଇଥିବା ସୂଚନା ମିଳିଛି। l ତେବେ ଦୁର୍ଘଟଣା ଘଟାଇବା ପରେ ‘ଆମ୍ ବସ୍’ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ସୂଚନା ମୁତାବିକ, ଗୁରୁବାର ଦିନ ପ୍ରାୟ ସାଢ଼େ ୨ଟା ବେଳେ କଟକ ମଲା ଚଣ୍ଡିଆ ଛକରେ ଏକ ବାଇକକୁ ଆମ ବସ୍ ଧକ୍କା ଦେଇ ୪୦ ଫୁଟ୍ ଘୋଷାଡ଼ି ନେଇ ଯାଇଥିଲା । ଫଳରେ ବାଇକ୍ ଆରୋହୀ ଜଣକ ବସ୍ ତଳେ ଚାପି ହୋଇ ରହିଯାଇଥିଲେ। ଦୁର୍ଘଟଣା ଘଟାଇବା ପରେ ଲୋକଙ୍କ ମାଡ଼ ଭୟରେ ‘ଆମ୍ ବସ୍’ ଛାଡ଼ି ଚାଳକ ଦୁର୍ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ। ସ୍ଥାନୀୟଲୋକ ବସ୍କୁ ଟେକି ବାଇକ୍ ଆରେହୀଙ୍କୁ ଉଦ୍ଧାର କରିଥିଲେ। ପୁଲିସକୁ ଖବର ମିଳିବା ପରେ ପିସିଆର୍ ଭ୍ୟାନ ପହଞ୍ଚିଥିଲା। ଗୁରୁତର ବାଇକ୍ ଆରୋହୀଙ୍କୁ ପୁଲିସ ଉଦ୍ଧାର କରିବା ପରେ ବଡ଼ ମେଡିକାଲକୁ ପଠାଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମଲା ଚଣ୍ଡିଆ ଛକରେ ଗାଡ଼ି ଚଳାଚଳ କିଛି ସମୟ ପାଇଁ ଠପ୍ ହୋଇଯାଇଥିଲା । ପୁଲିସ ସ୍ଥାନୀୟଲୋକଙ୍କୁ ବୁଝାସୁଝା କରିବା ପରେ ଗାଡ଼ି ଚଳାଚଳ ଆରମ୍ଭ ହୋଇଥିଲା।


