ବାଲେଶ୍ୱରରେ ମଦ୍ୟପ ଗାଡ଼ିଚାଳକଙ୍କୁ ନେଇ ‘ମନା’ର ଉଦ୍‌ବେଗ

ବାଲେଶ୍ୱର, (ଓ୍ବାଇଏନଏସ): ମିଳିତ ନିଶା ନିବାରଣ ଅଭିଯାନ (ମନା) ବାଲେଶ୍ୱରର ମାସିକ ବୈଠକ ଶୁକ୍ରବାର ଦିନ ଅପରାହ୍ନରେ ନେଳିଆବାଗସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ‘ମନା’ର ସଭାପତି ଆଇନଜୀବୀ ପ୍ରଭାକର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାଧାରଣ ସମ୍ପାଦିକା ମମତା ମହାପାତ୍ର ବାଲେଶ୍ୱରରେ ରାସ୍ତାରେ ଗାଡ଼ି ଚଳାଉଥିବା ମଦ୍ୟପ ଚାଳକଙ୍କ ସଂଖ୍ୟାବୃଦ୍ଧି ଏବଂ ସେମାନଙ୍କ ବେପରୁଆ ଗାଡ଼ି ଚାଳନା ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ। ଏହାଦ୍ୱାରା ରାସ୍ତାରେ ଯାତାୟତ କରୁଥିବା ଲୋକମାନଙ୍କ ଜୀବନ ବିପଦାପନ୍ନ ହେଉଥିବାରୁ ସଡ଼କ ପରିବହନ ବିଭାଗ ପକ୍ଷରୁ କଡ଼ାକଡ଼ି ଯାଞ୍ଚ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ, ଦୁର୍ଘଟଣାକୁ କିଛିମାତ୍ରାରେ ରୋକା ଯାଇପାରିବ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ହୋଇଥିବାରୁ ପ୍ରଶାସନ ଦୃଢ଼ ପଦକ୍ଷେପ ନେବା ଉଚିତ ବୋଲି ‘ମନା’ର ସଦସ୍ୟ ସଦସ୍ୟାମାନେ ମତବ୍ୟକ୍ତ କରିଥିଲେ। ଉପଦେଷ୍ଟା ସୁବ୍ରତ କର, ଡ. କେଶବ ଚରଣ ପଣ୍ଡା, ପ୍ରଫୁଲ୍ଲ କୁମାର ଦାସ, ତ୍ରିଦିବ ନାୟକ, ଗୀତାଞ୍ଜଳି ସିଂହ, ଶଚୀନ୍ଦ୍ର ଦାସ, କଲ୍ୟାଣୀ ନନ୍ଦ, ରମେଶ ଜେନା, ଯୋଗେଶ ଚନ୍ଦ୍ର ପ୍ରଧାନ, ମୀନା ସେଠୀ, ପୂର୍ଣ୍ଣଚନ୍ଦ୍ର ବେହେରା, ବସନ୍ତ ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ଜଗନ୍ନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ