ବାଲେଶ୍ୱର ଜିଲ୍ଲାରେ କ୍ରୀଡ଼ା, ଉଚ୍ଚଶିକ୍ଷା ଓ ସଂସ୍କୃତି ଭିତ୍ତିଭୂମିର ବିକାଶ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ବାଲେଶ୍ୱର, (ସରୋଜ ପଣ୍ଡା): ଓଡ଼ିଶା ସରକାରଙ୍କ ମାନ୍ୟବର ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜ ଆଜି ବାଲେଶ୍ୱର ଜିଲ୍ଲା ପରିଦର୍ଶନରେ ଆସି କଲେକ୍ଟରେଟ୍ ସଭାଗୃହରେ ଜିଲ୍ଲାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ, ବିଶେଷକରି କ୍ରୀଡ଼ା, ଉଚ୍ଚଶିକ୍ଷା ଓ ସଂସ୍କୃତି କ୍ଷେତ୍ରର ଭିତ୍ତିଭୂମି ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ମାନ୍ୟବର ସଦର ବିଧାୟକ ଶ୍ରୀଯୁକ୍ତ ମାନସ କୁମାର ଦତ୍ତ, ମାନ୍ୟବର ନୀଳଗିରି ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ ଖଟୁଆ, ନିର୍ଦେଶକ ଉଚ୍ଚ ଶିକ୍ଷା ବିଭାଗ, ଓଡିଶା ଶ୍ରୀଯୁକ୍ତ କାଳୀ ପ୍ରସନ୍ନ ମହାପାତ୍ର, ଜିଲ୍ଳାପାଳ ଶ୍ରୀଯୁକ୍ତ ସୂର୍ଯ୍ୟାବଂଶୀ ମୟୁର ବିକାଶ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଳାପାଳ (ରାଜସ୍ବ) ଶ୍ରୀଯୁକ୍ତ ହେମନ୍ତ କୁମାର ସିଂହ, ଉପ ଜିଲ୍ଳାପାଳ ଶ୍ରୀଯୁକ୍ତ ଶିବ ମାଲବ୍ୟ, ଆଞ୍ଚଳିକ ନିର୍ଦେଶକ, ଶିକ୍ଷା ବିଭାଗ ଶ୍ରୀଯୁକ୍ତ ହେମନ୍ତ କୁମାର ଘୋଡେଇ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ରାଉତ ପ୍ରମୁଖ ମଂଚାସୀନ ଥିଲେ। ବୈଠକରେ ଜିଲ୍ଲାର ବିଭିନ୍ନ କଲେଜର ଭିତ୍ତିଭୂମି ସୁଦୃଢ଼ୀକରଣ, ନୂତନ ଏକାଡେମିକ୍ ସୁବିଧା, କ୍ରୀଡ଼ା ଷ୍ଟାଡିୟମ୍, ଖେଳ ପଡ଼ିଆ, ଇନଡୋର ହଲ୍ ଓ ଯୁବ ବିକାଶ ସମ୍ବନ୍ଧୀୟ ପ୍ରକଳ୍ପ ସହ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଓ ସଂସ୍କୃତି ଭିତ୍ତିଭୂମିର ବିକାଶ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ମନ୍ତ୍ରୀ ଶ୍ରୀ ସୁରଜ ସମସ୍ତ ପ୍ରକଳ୍ପକୁ ଗୁଣାତ୍ମକ ମାନ ବଜାୟ ରଖି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପନ୍ନ କରିବା ସହ ସରକାରୀ ଅର୍ଥର ସଠିକ୍ ବିନିଯୋଗ ଓ ଜନସାଧାରଣଙ୍କୁ ଶୀଘ୍ର ସୁବିଧା ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, ବାଲେଶ୍ୱର ଜିଲ୍ଲାକୁ କ୍ରୀଡ଼ା, ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ଏକ ଆଦର୍ଶ ଜିଲ୍ଲାରେ ପରିଣତ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ମନ୍ତ୍ରୀ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ବିକାଶ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ଏବଂ ଲୋକମାନଙ୍କ ଆଶା ଅନୁରୂପ ଫଳପ୍ରଦ କାର୍ଯ୍ୟ ସୁନିଶ୍ଚିତ କରିବାକୁ ଆହ୍ୱାନ ଜଣାଇଥିଲେ। ଏହି କାର୍ଯ୍ୟ କ୍ରମରେ ଜିଲ୍ଲା ପ୍ରଶାସର ଅନେକ ଅଧିକାରୀ ମାନଙ୍କ ସମେତ ବାଲେଶ୍ବର ଜିଲ୍ଲାର ବିଭିନ୍ନ କଲେଜର ପ୍ରିନ୍ସିପାଲ ମାନେ ଯୋଗ ଦେଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ