କ୍ୟାନସର ଓ ମୂତ୍ରରୋଗ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ
ବାଲେଶ୍ୱର,(ସରୋଜ ପଣ୍ଡା): ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ଗୃହରେ ବାଗ୍ଚୀ ଶ୍ରୀଶଙ୍କର କ୍ୟାନସର କେନ୍ଦ୍ର ଓ ଗବେଷଣା ପ୍ରତିଷ୍ଠାନ, ଭୁବନେଶ୍ୱର ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମରେ ପରୀକ୍ଷା ଓ ପରାମର୍ଶ ହୋଇଯାଇଛି। ଏଥିରେ ସେହି ପ୍ରତିଷ୍ଠାନର ମୂତ୍ର ଓ କ୍ୟାନସର ବିଭାଗ ଡାକ୍ତର ରାହୁଳ ପ୍ରଧାନ ଏବଂ ପ୍ରିଭେଣ୍ଟିଭ୍ କ୍ୟାନ୍ସର୍ ବିଭାଗ ଡାକ୍ତର ଶ୍ୱେତଲୀନା ଆଶ୍ ଯୋଗଦେଇ ରୋଗ ସମ୍ବନ୍ଧୀୟ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଥିଲେ। ପ୍ରାରମ୍ଭିକ ଅବସ୍ଥାରେ ରୋଗ କିପରି ଆକ୍ରମଣ କରେ ଓ ଫଳାଫଳ ସମ୍ବନ୍ଧରେ ସଚେତନ ରହିବା ଜରୁରୀ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ଇଂ. ବନମାଳୀ ନାୟକ ସଭାପତିତ୍ୱ କରିଥିଲେ ଏବଂ ସାଧାରଣ ସମ୍ପାଦକ ଦାମୋଦର ନାୟକ ସ୍ୱାଗତ ଜଣାଇଥିଲେ। ସେହି ଅନୁଷ୍ଠାନର ବାଲେଶ୍ୱର ମାର୍କେଟିଂ ମ୍ୟାନେଜର ଆଶୀଷ କୁମାର ଗିରି ଉପସ୍ଥିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଘର କାର୍ଯ୍ୟକାରୀ ସଭାପତି ଇଂ. ଗୌରାଙ୍ଗ ସାହୁ, ଉପସଭାପତି ସୁଦର୍ଶନ ଦାସ, ଦେବେନ୍ଦ୍ର ଚୌଧୁରୀ, ସଂଗଠନ ସମ୍ପାଦକ ସଞ୍ଜୟ ପଣ୍ଡା, ଯୁଗ୍ମ ସମ୍ପାଦକ ରବୀନ୍ଦ୍ର କୁମାର ମହାନ୍ତି ଓ ସାବିତ୍ରୀ ଦାସ, ଅର୍ଥ ସମ୍ପାଦକ ଯୁଧିଷ୍ଠିର ନନ୍ଦ, ଉପଦେଷ୍ଟା ବସନ୍ତ ନାୟକ, ଜ୍ଞାନେନ୍ଦ୍ର ନାଥ ସାହୁ, ଗୌରପ୍ରିୟ ମିଶ୍ର, ଜ୍ୟୋସ୍ନା ରାୟ, ରୀତା ରାୟ, ଗୀତାଞ୍ଜଳି ଶତପଥୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ହସ୍ପିଟାଲ୍ର ସେବିକା ଶୁଭଶ୍ରୀ ବାରିକ ବିଭିନ୍ନ ପରୀକ୍ଷାରେ ସହଯୋଗ କରିଥିଲେ।


