ଶିକ୍ଷାବିତଙ୍କ ସ୍ମୃତିଚାରଣ ସଭା
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ବିନାୟକପୁର ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍ ତଥା ଆଦର୍ଶ ଶିକ୍ଷକ ସ୍ୱର୍ଗତ ପୁରୁଷୋତ୍ତମ ଦାସଙ୍କ ଏକାଦଶାହ ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ୍ ଜଗନ୍ନାଥ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ହରିହର ପାଣିଗ୍ରାହୀ, ଚତୁର୍ଭୂଜ ପହି , ନାରାୟଣ ଚନ୍ଦ୍ର ଲେଙ୍କା, ଖଗେଶ୍ୱର ପଣ୍ଡା, ମଧୁସୂଦନ ଘଡାଇ, ରତ୍ନାକର ବାଇ, ଭାସ୍କର ଚନ୍ଦ୍ର ପାଢ଼ୀ, ଗୟାଧର ଦାସ, ଉପେନ୍ଦ୍ର ବିଶ୍ଵାଳ, ହୃଷିକେଶ ଗିରି, ରୋହିତ କୁମାର ଜେନା, ଅଲେଖ ଚନ୍ଦ୍ର ନାୟକ, ଅଜୟ କୁମାର ପୃଷ୍ଟି,ଶ୍ରୀକାନ୍ତ ପଣ୍ଡା, ରମାକାନ୍ତ ଜେନା, ପଦ୍ମନାଭ ରାଉତ୍, ଅଭୟ ପ୍ରଧାନ, କୈଳାଶ ଚନ୍ଦ୍ର ଚଢ଼େଇ , ରମାକାନ୍ତ ରାଉତ୍, ରାଜଶ୍ରୀ ନାୟକ, ତପସ୍ଵିନୀ ପହିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ଶିକ୍ଷକ, ପୂର୍ବତନ ଛାତ୍ରୀଛାତ୍ର ଏବଂ ଗ୍ରାମବାସୀ ମାନେ ଯୋଗଦେଇ ସ୍ୱର୍ଗତ ଦାସ ଜଣେ ଆଦର୍ଶ, ନିଷ୍ଠାବାନ ଓ ଛାତ୍ରବତ୍ସଳ ଶିକ୍ଷକ ଥିଲେ ବୋଲି କହିଥିଲେ l ପ୍ରାରମ୍ଭରେ ସ୍ବର୍ଗତ ଦାସଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା l କାର୍ଯ୍ୟକ୍ରମ ପରିଚାଳନାରେ ଭରତ ଚନ୍ଦ୍ର ଓଝା, ଟୁଟୁ କୁମାର ପାଳ, ରମାକାନ୍ତ ବେହେରା, ରବୀନ୍ଦ୍ର ଜେନା,ପ୍ରଫୁଲ୍ଲ କୁମାର ଦାସଙ୍କ ସମେତ ପରିବାର ବର୍ଗ ଓ ଅନ୍ୟ ମାନେ ସହଯୋଗ କରିଥିଲେ l ଶେଷରେ କଟକର ବିଶିଷ୍ଟ ପ୍ରବଚକ୍ ବଂଶୀଧର ମହାପାତ୍ରଙ୍କ ଦ୍ଵାରା ପ୍ରବଚନ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।


