ଫାର୍ମାସିଷ୍ଟ ସଙ୍ଘର ସାଧାରଣ ପରିଷଦ ବୈଠକ

ଗୁଣପୁର,(ୱାଇଏନଏସ) ରାୟଗଡା ଜିଲ୍ଲାର ଫାର୍ମାସିଷ୍ଟ ସଙ୍ଘର ତୃତୀୟ ସାଧାରଣ ପରିଷଦ ବୈଠକ ଜିଲ୍ଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଅଶ୍ବିନୀ କୁମାର ରାଉତଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଦୀର୍ଘ ଦିନ ହେଲା ଦରମା ଅସଂଗତି ଦୂର କରିବା ଏବଂ ଖାଲିଥିବା ପଦବୀ ପୂରଣ କରିବା ପାଇଁ ସରକାରଙ୍କୁ ଅନୁରୋଧ କରାଗଲା। ଗତ ମାସରେ କୋରାପୁଟ ଠାରେ ଅନୁଷ୍ଠିତ ରାଜ୍ୟ ସଙ୍ଘ କାର୍ଯ୍ୟ କାରିଣୀ ବୈଠକରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଉପସ୍ଥିତ ସଦସ୍ୟ ମାନଙ୍କୁ ଅଵଗତ କରାଯାଇଥିଲା। ଚଳିତ ବର୍ଷ ଜୁନ ମାସରେ ଅବସର ଗ୍ରହଣ କରିଥିବା ରାମନାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ଅଶ୍ବିନୀ କୁମାର ଶତପଥିଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ବୈଠକରେ ସମ୍ପାଦକ ସନ୍ତୋଷ କୁମାର ପାତ୍ର,କୋଷାଧ୍ୟକ୍ଷ ଜଗନ୍ନାଥ ନାୟକ,ସହ ସମ୍ପାଦକ ପ୍ରମୋଦ କୁମାର ସାହୁ,ରାୟଗଡା ସଙ୍ଗଠନ ସମ୍ପାଦକ ହରିନାଥ ଭୁଙ୍ଗ ଏବଂ ଗୁଣପୁର ଶାଖା ସଙ୍ଗଠନ ସମ୍ପାଦକ ସୂର୍ଯ୍ୟ ନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ