ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ ସଭା
ଗୁଣପୁର, (ୱାଇଏନଏସ): ଗୁଣପୁର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଦ୍ୟାର୍ଥୀ ଅଭିନନ୍ଦନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଙ୍ଗଠନର ସଭାପତି ଲକ୍ଷ୍ମୀକାନ୍ତ ମହାଙ୍କୁଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ତହସିଲଦାର ଅଭିଳାଷ ଶତପଥୀ,ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ହରେକୃଷ୍ଣ ପଣ୍ଡା, ଗୁଣୁପୁର ମହାବିଦ୍ୟାଳୟର ଅଧ୍ୟାପକ ଜଗନ୍ନାଥ ଦୀପ ଓ ଏବିଭିପି ଖେଲୋ ଇଣ୍ଡିଆ ସହ ସଂଯୋଜକ ଡି . ନନ୍ଦିନୀ ,ମୁଖ୍ୟବକ୍ତା ଭାବେ ଏଭିବିପି ସାବିଷ୍କାର ଓ ଇଣ୍ଡିଜିନିୟସ କୋର୍ଡିନେଟର ସନ୍ଦୀପ କୁମାର ଆଶେ ମଞ୍ଚାସୀନ ହୋଇଥିଲେ । ଏହି ଅବସରରେ ମୁଖ୍ୟ ବକ୍ତା ବିଦ୍ୟାର୍ଥୀ ପରିଷଦର ବିଶେଷତା, ବର୍ତ୍ତମାନ ପରିସ୍ଥିତି ରେ ବିଦ୍ୟାର୍ଥୀ ପରିଷଦ କିଭଳି ଶିକ୍ଷା ପ୍ରଣାଳୀ ଏବଂ ରାଷ୍ଟ୍ର ପୁନଃ ନିର୍ମାଣ ର କାମ କରୁଛି ବୁଝାଇବା ସହ ବିଦ୍ୟାର୍ଥୀ ମାନଙ୍କୁ ନିଜର ଉଦ୍ୟମ, କର୍ମତତ୍ପର ରହିବା ସହ ସଂଯମୀ ଓ ରାଷ୍ଟ୍ର ପ୍ରତି ଉତ୍ସର୍ଗୀକୃତ ରହିବା ଦରକାର ବୋଲି ମାର୍ଗଦର୍ଶନ ଦେଇଥିଲେ । ସମ୍ମାନୀତ ଅତିଥି ଜଗନ୍ନାଥ ଦୀପ ଆଚରଣ ସହିତ ଚରିତ୍ର ଗଠନ ଓ ଆଧ୍ୟାତ୍ମବୋଧତା ଯେ କେତେ ଗୁରୁତ୍ୱପୂର୍ଣ୍ଣ ତାହା ପ୍ରତିପାଦନ କରିଥିଲେ । ଅଧ୍ୟାପକ ସନ୍ତୋଷ କୁମାର ହୋତା ଅତିଥି ଙ୍କୁ ମଞ୍ଚାସୀନ କରାଇଥିଲେ । ଏହି ଅଵସରରେ +୨ ବିଜ୍ଞାନ ଜିଲ୍ଲା ଟପ୍ପର ଗୁଣପୁର ମହର୍ଷି ଗୁରୁକୂଳ ର ବିଶ୍ୱଜିତ୍ ଦଳାଇ, ପ୍ରଭଞ୍ଜନ ପଣ୍ଡା ଏବଂ , ବାଣିଜ୍ୟରେ ସ୍ୱାଧୀନ ପଟ୍ଟନାୟକଙ୍କୁ କଳାରେ ଶାନ୍ତିନି କଲେଜର ହାରିକା ବଡପନ୍ଦରା ଓ ଦଶମ ର ବିଭିନ୍ନ ବ୍ଲକର ଟପ୍ପର ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ପି.ଏଚ୍.ଡି ଡିଗ୍ରୀ ହାସଲ କରିଥିବା ପ୍ରାଣକୃଷ୍ଣ ପାଣିଗ୍ରାହୀ, ରବୀନ୍ଦ୍ର କୁମାର ମିଶ୍ର, ବୃହସ୍ପତି ଶବର ଏବଂ ଉଚ୍ଚ ନମ୍ବରର ପରୀକ୍ଷା ଫଳ ନିମନ୍ତେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଓ ସମସ୍ତ ଗୁରୁଜୀ ଗୁରୁମା ସମ୍ବର୍ଦ୍ଧିତ ହୋଇଥିଲେ । ଏହି କାର୍ଯ୍ୟକ୍ରମ ରେ ଏସ ଏଫ୍ ଏସ ପ୍ରମୁଖ କରନ୍ କଂସ ବେହେରା ଅତିଥି ପରିଚୟ କରିଥିବା ବେଳେ ଜିଲ୍ଲା ପ୍ରମୁଖ ଶେଷସାୟୀ ସେନାପତି କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ସୂଚନା ଦେଇଥିଲେ। ଅଧ୍ୟାପକ ପ୍ରଶାନ୍ତ କୁମାର ହୋତା ପୁରସ୍କାର ବିତରଣ ଏବଂ ବିଭାଗ ପ୍ରମୁଖ ଉମା ଶଙ୍କର ଦାଶ ଅତିଥି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଦେବାଶିଷ ସେନାପତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଶେଷରେ ପୂର୍ବତନ କାର୍ଯ୍ୟକର୍ତ୍ତା ପ୍ରିୟବ୍ରତ ରଥ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମ କୁ ଉପସଭାପତି ତଥା ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ପ୍ରଫୁଲ୍ଲ ଶତପଥି, ପୂର୍ବତନ କାର୍ଯ୍ୟକର୍ତ୍ତା ସାଇ ପାଣିଗ୍ରାହୀ, ବି ସତୀଶ କୁମାର, ଏସ୍ ଶିବାଜି, ଆଶିଷ ଗୌଡ଼, ସାଗର ପାଣିଗ୍ରାହୀ, ଆଶୁତୋଷ ପାତ୍ର, ନଗର ପ୍ରମୁଖ ପ୍ରଫୁଲ ଲିମା ପ୍ରମୁଖ ପରିଚାଳନା କରିଥିଲେ। ଚଳିତ ଶିକ୍ଷା ବର୍ଷ ରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ ଉଚ୍ଚ ନମ୍ବର ରଖିଥିବା ୪୪ ଜଣ ବିଦ୍ୟାର୍ଥୀ ବିଦ୍ୟାର୍ଥୀନୀ ମାନଙ୍କୁ ଏବିଭିପି ଗୁଣପୁର ଦ୍ୱାରା ସମ୍ବର୍ଦ୍ଧିତ କରଯାଇଥିଲା ।


