ଅମୃତଭାରତ ଯୋଜନାରେ 17 ରେ ଉଦଘାଟନ ହେବ ପାରଳା ରେଳଷ୍ଟେସନ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ଐତିହାସିକ ପାରଳଳାଖେମୁଣ୍ଡି ରେଳଷ୍ଟେସନର ଅମୃତ ଭାରତ ଷ୍ଟେସନ ଯୋଜନାରେ ନବକଳେବରରେ ଶୋଭା ପାଉଛି. ଆଗାମୀ 17 ତାରିଖ ଦିନ ଏହି ରେଳଷ୍ଟେସନ ଉଦ୍ଘାଟନ ହେବାକୁ ଯାଉଛି. ସଫଳତାର ସହ ଏହାର ଉଦଘାଟନକୁ ନଜରରେ ରଖି ପୂର୍ବତଟ ରେଳପଥ ରାୟଗଡା ଡିଭିଜନର ଡିଭିଜନାଲ ରେଳ ପ୍ରବନ୍ଧକ (ଡିଆରଏମ୍) ଅମିତାଭ ସିଙ୍ଘଲ ରେଳ ଷ୍ଟେସନ ପରିଦର୍ଶନ କରି ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି I ପ୍ରାୟ ଦୁଇ ବର୍ଷ ଧରି ଚାଲିଥିବା ଷ୍ଟେସନର ପୁନଃ ର୍ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ହୋଇଥିବା ବେଳେ ବର୍ତ୍ତମାନ କେବଳ କିଛି ଶେଷ ସ୍ପର୍ଶ କାର୍ଯ୍ୟ ବାକି ରହିଛି । ଚଳିତ ମାସ ୧୭ ତାରିଖରେ ଏହାର ଉଦ୍ଘାଟନ ହେବାର ସମ୍ଭାବନା ଥିବାରୁ ଡିଆରଏମ୍ ଦ୍ଵିତୀୟ ଥର ପାଇଁ ଷ୍ଟେସନ ଗସ୍ତ କରି ନିର୍ମାଣ ଓ ଆନୁଷାଙ୍ଗିକ ବ୍ୟବସ୍ଥାର ସମୀକ୍ଷା ଓ ଚୂଡ଼ାନ୍ତ ତଦାରଖ କରିଥିଲେ । ଉଦ୍ଘାଟନ ପୂର୍ବରୁ କୌଣସି କାର୍ଯ୍ୟ ଅସମ୍ପୂର୍ଣ୍ଣ ନ ରହିବାକୁ ସେ ସମ୍ପୃକ୍ତ ଅଧିକାରୀଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ.


