ପୋଲିସ ଦ୍ୱାରା 3 ଜୁଆଡ଼ି ଗିରଫ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଏସପି ପ୍ରହଲ୍ଲାଦ ସହାୟ ମୀନାଙ୍କ ନିର୍ଦେଶକ୍ରମେ ଶାନ୍ତି ଶୃଙ୍ଖଳା ପ୍ରତିଷ୍ଠା ପାଇଁ ବେଆଇନ ମଦ କାରବାର ଓ ଜୁଆଆଡ୍ଡା ଉପରେ ଚଢଉ ଜାରି ରହିଛି. ପାରଳାଖେମୁଣ୍ଡି ପୋଲିସ ବିଶ୍ୱସ୍ତ ସୂଚନା ଆଧାରରେ ଝାମି ଗ୍ରାମ ନିକଟସ୍ଥ ପାହାଡ଼ ଅଞ୍ଚଳରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ପୋଲିସ ଘଟଣାସ୍ଥଳରୁ ନଗଦ ୨,୫୦୦/-, ତାସ୍ ପତ୍ର, ୩ଟି ମୋବାଇଲ୍ ଏବଂ ୨ଟି ମୋଟରସାଇକେଲ୍ ଜବତ କରିଥିଲା। ଏହି ସମୟରେ ପ୍ରାୟ ୧୫ ଜଣ ବ୍ୟକ୍ତି ଘଟଣାସ୍ଥଳରୁ ଖସି ପଳାଇଥିଲେ। ହେଲେ 3 ଜଣ ଜୁଆଡ଼ିଙ୍କୁ ପୋଲିସ କାବୁ କରିଥିଲା. ସେମାନେ ହେଲେ ତେଜସ୍ୱର ରାଓ, ବୟସ ୪୫ ବର୍ଷ, ଅଲ୍ୟାନା ହାଡି, ବୟସ ୫୫ ବର୍ଷ ଏବଂ କଟାଡା ବାସୁ, ବୟସ ୩୨ ବର୍ଷଙ୍କୁ ଗିରଫ କରାଯାଇ ଆଜି କୋର୍ଟକୁ ଚାଲାଣ କରାଯାଇଛି। ଏହି ସମ୍ପର୍କରେ ପାରଳାଖେମୁଣ୍ଡି ଥାନା କେସ୍ ନଂ ୨୮୯/୨୦୨୬ ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ପାରଳା ଥାନା ଆଇଆଇସି ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି ।


