ଗଛ ମୂଳେ କୁନି କୁନି ପିଲାଙ୍କ ଭବିଷ୍ୟତ, ୩୪ବର୍ଷ ଧରି ପର ପିଣ୍ଡାରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର

ହାଟଡିହି (ଓ୍ବାଇଏନଏସ): ବିଗତ ଦିନର ସରକାର ବିକାଶର ଡିଣ୍ଡିମ ପିଟୁଥିବା ବେଳେ ୨୪ ବର୍ଷ ଶାସନ କାଳ ଭିତରେ ସାମାନ୍ୟ ଅଙ୍ଗନବାତି ଘର ନିର୍ମାଣ କରିପାରିଲେନିି। ରତ୍ନଗର୍ଭା କେନ୍ଦୁଝରରୁ ଶହଶହ କୋଟି ଟଙ୍କା ନେଇ ବାହାର ଜିଲ୍ଲାର ବିକାଶ ପାଇଁ ଖର୍ଚ୍ଚ କରିଥିବା ବେଳେ କେନ୍ଦୁଝର ଜିଲ୍ଲାର ବିକାଶକୁ କୋଣ ଠେସା କରିଦେଲେ। ମାସେ ନୁହଁକି ବର୍ଷେ ନୁହଁ ୩୪ବର୍ଷ ହେଲା ଅଙ୍ଗନବାଡିର ଘର ନିର୍ମାଣ ହୋଇନି। ୩୪ ବର୍ଷ ହେଲା କୁନି କୁନି ପିଲାମାନେ ପରବାରଣ୍ଡାରେ ବସି ନିଜର ଭତିଷ୍ୟତ ଗଡ଼ୁଛନ୍ତି। ଏପରି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବଡ଼ରମ୍ପାସ ଅଙ୍ଗନବାଡି-୧ କେନ୍ଦ୍ରରେ । ଏଠାରେ  ଅଙ୍ଗନବାଡି -୧  କେନ୍ଦ୍ରଟି ୧୯୯୨ ମସିହାରେ ସ୍ଥାପିତ ହୋଇଥିବା ବେଳେ ୫୦ ରୁ ଉର୍ଦ୍ଧ ଛୁଆ ଏଠାରେ ଶିକ୍ଷାଲାଭ କରି ଆସୁଛନ୍ତି। କିନ୍ତୁ ଦୁଃଖର ବିଷୟ ଯେ ଆଜି ପର୍ଯ୍ୟନ୍ତ ଏହି କେନ୍ଦ୍ରର ନିଜସ୍ବ ଘର ହୋଇପାରିଲାନି । ଆଜି ଜଣଙ୍କ ବାରଣ୍ଡା ତ କାଲି ଆଉ କାହା ଖଳାବାଡିର ଗଛ ମୂଳେ କୁନି କୁନି ପିଲାଙ୍କୁ ବସାଇ ଶିକ୍ଷାଦାନ କରୁଛନ୍ତି ବୋଲି ଅଙ୍ଗନବାଡି କର୍ମୀ ଭାର୍ଗବି ସ୍ବାଇଁ କହିଛନ୍ତି। ସେହିପରି ରୋଷେଇ ମଧ୍ୟ ପର ଘରମାନଙ୍କରେ ପ୍ରସ୍ତୁତି କରି ଆଣି ଛୁଆଙ୍କୁ ଦେଉଛନ୍ତି ବୋଲି ଅଙ୍ଗନବାଡି ସହାୟିକା ରମା ବେହେରା କହିଛନ୍ତି। କେହି ଦୟା ଦେଖାଇ ନିଜ ରୋଷେଇଘର ଛାଡିଲେ  ସେହିଠାରେ ପିଲାଙ୍କ ପାଇଁ ଖାଦ୍ଯ ପ୍ରସ୍ତୁତ  କରିଥାନ୍ତି । ବର୍ଷା ଦିନେ ଅନେକ ଅସୁବିଧା ଭୋଗୁଥିବା ବେଳେ ପ୍ରାୟ ସମୟରେ ଖାଦ୍ୟପେୟ ପ୍ରସ୍ତୁତ କରାଯାଇ ପାରୁନଥିବା ସେ କହିଛନ୍ତି। ବ୍ଲକ୍ ପ୍ରଶାସନ  ଠାରୁ ଆରମ୍ଭ କରି  ଜିଲ୍ଲା ପ୍ରଶାସନ ପର୍ଯ୍ଯନ୍ତ  ସମସ୍ତେ  ଏବାବଦରେ ଅବଗତ ରହିଥିଲେ ମଧ୍ଯ ଆଜି ପର୍ଯ୍ୟନ୍ତ  କୈଣସି ଠୋସ୍ ପଦକ୍ଷେପ ନିଆଯାଇନାହିଁ  ବୋଲି ବଡ଼ରମ୍ପାସ ପଞ୍ଚାୟତର ସରପଞ୍ଚ ରବିନ୍ଦ୍ର କୁମାର ଜେନା। ସରପଞ୍ଚ ଶ୍ରୀ ଜେନାଙ୍କ ଅଭିଯୋଗ ଯେ ସେ ସରପଞ୍ଚ ହେବା ଦିନ ଠାରୁ ଏହି ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନିର୍ମାଣ ବାବଦରେ ବାରମ୍ବାର ସିିଡ଼ିପିଓ, ବିଡିଓ, ଉପଜିଲାପାଳ, ଜିଲାପାଳଙ୍କୁ ଜଣାଇଛନ୍ତି। ଅଳ୍ପ ଦିନ ଭିତରେ ଅଙ୍ଗନବାଡି ଗୃହ ଯୋଗାଇ ଦିଆଯିବ ବୋଲି ସମସ୍ତେ ପ୍ରତିଶୃତି ଦେଇଛନ୍ତି,  ହେଲେ ଚାହିଁ ଚାହିଁ ୫ବର୍ଷ ପୂରିବାକୁ ବସିଲା ହେଲେ ଘର ମିଳିଲାନି ବୋଲି ସରପଞ୍ଚ ରବିନ୍ଦ୍ର ଜେନା କହିଛନ୍ତି। ବ୍ଲକର ଅନ୍ୟକେନ୍ଦ୍ର ମାନଙ୍କର ଗୃହନିର୍ମାଣ ପାଇଁ ଅନୁଦାନ ଆସୁଥିବା ବେଳେ କେତେକ ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ନଥାଇ ମଧ୍ୟ ଘର ନିର୍ମାଣ ହୋଇଛି କିନ୍ତୁ ଆମ ବେଳକୁ କେଉଁଠି ଅସୁବିଧା ରହିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଯଦି ପ୍ରଶାସନ ଏହାକୁ ଗୁରୁତ୍ୱ ନଦିଏ ତେବେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି। ଏ ସମ୍ପର୍କରେ ହାଟଡିହି ବ୍ଲକର ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ଉମାମଣୀ ମହାପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତିଯେ ଏ ସମ୍ପର୍କରେ ବିଡିଓଙ୍କୁ ଜଣାଇଛୁ,  କିଛି ଘର ଆସିଛି, ଆଉ କିଛି ରହି ଯାଇଛି ଘର ଆସିଲେ ବଡ଼ରମ୍ଫାସ ଅଙ୍ଗନବାଡି-୧ ପ୍ରତି ପ୍ରାଥମିକତା ଦେବେ ବୋଲି ସେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ