ବସ ଓ ବାଇକ ମୁହାମୁହିଁ ଧକାରେ ବାଇକ ଚାଳକର ମୃତ୍ୟୁ

କଲ୍ୟାଣସିଂହପୁର(ଏଙ୍କଟେଶ୍ୱର ପାଢ଼ୀ ): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବେଲକଣା ନିକଟ ସଜା ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯାତ୍ରୀବାହୀ ବସ୍ ଓ ଏକ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ଇଲେଜୁ ପେଦୁରୁ(୨୦) ହୋଇଥିବା ବେଳେ ସେ କୋଲନରା ବ୍ଲକ ଗାଡ଼ିଶେଷକାଳ ଗାଁର ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ଉତ୍ୟକ୍ତ ସ୍ଥାନୀୟ ଲୋକେ ରାୟଗଡ଼ା ଓ କଲ୍ୟାଣସିଂହପୁର ମୁଖ୍ୟ ରାସ୍ତା ଅବରୋଧ କରି ରାସ୍ତାରୋକ କରିଥିଲେ। ଖବର ପାଇ ଥାନା ଅଧିକାରୀ ଅଜିତ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।ରାୟଗଡ଼ା–କଲ୍ୟାଣସିଂହପୁର ମୁଖ୍ୟ ସଡ଼କର ବେଲକଣା ଛକ ନିକଟର ସଜା ଗ୍ରାମକୁ ଯିବା ଛକ ବୁଲାଣିରେ ଏହି ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ ରାୟଗଡା ରୁ କାଶୀପୁର ଯାଉଥିବା ଓ଼ଆର ୧୮ସି ୮୬୪୯ବେଳେ ବିପରୀତ ଦିଗରୁ ଓଡି ୧୮ଡ଼ି ୨୮୭୧ବାଇକ ସହ ଧକା ହୋଇଥିଲା।  ଗାଡ଼ିଶେଷକାଳ ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ କ୍ଷତିପୂରଣ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକ କରିଥିଲେ। ଫଳରେ ରାୟଗଡ଼ା–କଲ୍ୟାଣସିଂହପୁର ମୁଖ୍ୟ ସଡ଼କର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିଲା ଏବଂ ଯାତାୟାତ ସମ୍ପୂର୍ଣ୍ଣ ବ୍ୟାହତ ହୋଇଥିଲା। ଖବର ପାଇ କଲ୍ୟାଣସିଂହପୁର ଥାନା ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣି ସ୍ୱାଭାବିକ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।ଏନେଇ ଥାନାରେ ଏକ ଅପମୃତ ମାମଲା ରୁଜ କରି ତଦନ୍ତ କରୁଥିବା ଜଣା ପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ