ଭାଇଭଉଣୀଙ୍କ କଳହ: ଭଉଣୀ ବେକରେ ରଶି ଲଗାଇ ଆତ୍ମହତ୍ୟା

ଛତ୍ରପୁର,(ଓ୍ବାଇଏନଏସ) : ଭାଇ ଭଉଣୀ ସାମାନ୍ୟ କଳହରୁ  ଆତ୍ମହତ୍ୟା କଲା ୧୩ ବର୍ଷର ଭଉଣୀ l ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ବିରେଶ୍ୱର ମନ୍ଦିର ନିକଟ ସାହିରେ l ମୃତ ନାବାଳିକା ଜଣକ ଛ୍ମଦ ନାମ (ରୋଜାଲିନି) l ସେ ଛତ୍ରପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ l ପୂର୍ବରୁ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ମା ହାଇଦ୍ରାବାଦରେ ରହୁଥିଲେ l ନିଜ ଭାଇ ସହିତ ନାବାଳିକା ଜଣକ ଛତ୍ରପୁରରେ ବଡ଼ଅଜା ଘରେ ରହି ପାଠ ପଢୁଥିଲେ l ଗତକାଲି ରାତିରେ ଭାଇ ଓ ଭଉଣୀ ମଧ୍ୟରେ ଝଗଡା ହୋଇଥିଲା l ଫିଷ୍ଟ ପାଇଁ ୩୦ ଟଙ୍କାକୁ କେନ୍ଦ୍ର କରି ଝଗଡା ସୃଷ୍ଟି ହୋଇଥିଲା l ପରେ ଭାଇକୁ ସରପ୍ରାଇଜ ଦେବାକୁ କହି ନାବାଳିକା ଭଉଣୀ  ଜଣକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନାବାଳିକାଙ୍କ ବଡ଼ଅଜା ଦୁଖୀ ମହାରଣା ଓ ଆଇ କୁନି ମହାରଣା କହିଛନ୍ତି l ଅନ୍ୟପଟେ ଛତ୍ରପୁର ମେଡ଼ିକାଲକୁ ଶବ ବ୍ୟବଛେଦ ପାଇଁ ଅଣାଯାଇଥିବା ବେଳେ ଛତ୍ରପୁର ଥାନା ପୁଲିସ ଥାନାରେ ୧୪/୨୦୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ