ଚୋରା ମଦ ଜବତ, ୬ ଗିରଫ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ) :କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ, ଜମ୍ବୁ ସାମୁଦ୍ରିକ ଓ କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ଜଗଦିଶପୁର ଗ୍ରାମର ସରୋଜ ସାମଲ(୩୨)ଙ୍କ ଠାରୁ ୩୨ ଲିଟର ଚୋରା ବିଦେଶୀ ମଦ, ନାଗପଟଣା ଗ୍ରାମର ଶଶୀକାନ୍ତ ମଳିକ(୪୩)ଙ୍କ ଠାରୁ ୨୯ ଲିଟର ଚୋରା ବିଦେଶୀ ମଦ, ନେମ୍ବରା ଗ୍ରାମର ବିଶ୍ୱଜିତ ସ୍ୱାଇଁ (୪୫)ଙ୍କ ଠାରୁ ୧୫ ଲିଟର ଚୋରା ଦେଶୀ ମଦ, ପ୍ରଭାକରପୁର ଗ୍ରାମର ପୁନୀ ରାଉତ(୪୦)ଙ୍କ ଠାରୁ ୧୮ ଲିଟର ଚୋରା ବିଦେଶୀ ମଦ, ଝିଲି ଖିଲର(୩୬)ଙ୍କ ନିକଟରୁ ୨୦ ଲିଟର ଚୋରା ଦେଶୀ ରନ୍ଧା ମଦ ଓ ଦୀନବନ୍ଧୁ ରାଉତ(୫୬)ଙ୍କ ଠାରୁ ୩୫ ଲିଟର ଚୋରା ବିଦେଶୀ ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ସମୁଦାୟ ୧୪୯ ଲିଟର ଚୋରା ଦେଶୀ ରନ୍ଧା ମଦ, ଦେଶୀ ମଦ ଓ ବିଦେଶୀ ମଦ ଜବତ କରାଯାଇ ୬ ଜଣ ଚୋରା ମଦବେପାରୀଙ୍କୁ ଗିରଫ କରାଯାଇ ଆଇନାନୁସାରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପନିରୀକ୍ଷକ ପ୍ରିୟଦର୍ଶୀ ମାନସରଞ୍ଜନ ମିଶ୍ର, ରଞ୍ଜନ ପାତ୍ରଙ୍କ ସମେତ ଅବକାରୀ ବିଭାଗର ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ