ନିଆରା ଢ଼ଙ୍ଗରେ ଜନ୍ମଦିନ ପାଳିଲେ ସ୍ବେଚ୍ଛାସେବୀ

ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବଡ଼ରମ୍ପାସ ଗ୍ରାମର ଯୁବ ସ୍ବେଚ୍ଛାସେବୀ ମୃତ୍ୟୁଞ୍ଜୟ ବେହେରା l ଆଜି ତାଙ୍କ ଜନ୍ମଦିନକୁ ସେ ନିଆରା ଢଙ୍ଗରେ ପାଳନ କରିଛନ୍ତି। ସେ ଆନନ୍ଦପୁର ଉପଖଣ୍ଡ ରକ୍ତ ଭଣ୍ଡାରରେ ରକ୍ତଦାନ କରିବା ସହିତ ବଡ଼ରମ୍ପାସ ଗ୍ରାମରେ ନିଜ  ସହଯୋଗୀଙ୍କୁ ଧରି ବୃକ୍ଷରୋପଣ କରିଥିଲେ। ସେ ଛୋଟବେଳୁ ନିଜକୁ ସମାଜସେବାରେ ନିୟୋଜିତ କରି ଅସହାୟ ଲୋକଙ୍କୁ ଛୋଟ ଛୋଟ ସାମାଯ୍ୟ କରି ଆସୁଥିଲେ l ସେ ହାଟଡିହି ବ୍ଳକ ମହାବୀର ଯୁବକ ସଂଘର ସଦସ୍ୟ ଭାବରେ କାର୍ଯ୍ୟ କରି ସମାଜ ସେବାରେ ନିଜକୁ ନିୟୋଜିତ କରି ଆସୁଛନ୍ତି l ସେ ପୂର୍ବରୁ ମଧ୍ୟ ଅନେକଥର ଅସହାୟ ରୋଗୀଙ୍କୁ ରକ୍ତଦାନ କରି ଜୀବନ ବଞ୍ଚାଇବାରେ ସହାୟକ ହୋଇଛନ୍ତି। ତାଙ୍କର ଏପରି ମହତ ଉଦେଶ୍ୟକୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ