ବିଜେପି ଜିଲ୍ଲା ସାଙ୍ଗଠନିକ ବୈଠକ ଅନୁଷ୍ଠିତ
ବାଲେଶ୍ବର (ସରୋଜ ପଣ୍ଡା): ବାଲେଶ୍ୱର ବିଜେପି ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଜିଲ୍ଲା ସାଙ୍ଗଠନିକ ବୈଠକ ଆତିଥ୍ୟ ଭବନ ଠାରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ତାଙ୍କ ସ୍ବାଗତ ଭାଷଣରେ କାର୍ଯ୍ୟକର୍ତ୍ତା ମାନଙ୍କୁ ଉତ୍ସର୍ଗୀକୃତ ମନୋଭାବ ନେଇ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ କାମ କରିବା ପାଇଁ ଆହ୍ବାନ ଦେଇଥିଲେ। ଉକ୍ତ ବୈଠକରେ ତୃଣମୂଳ ସ୍ତରରେ ସଙ୍ଘଠନକୁ କିପରି ମଜଭୁତ ହେବ, ଦଳୀୟ କାର୍ଯ୍ୟକ୍ରମର ବ୍ୟାପକତା, ପ୍ରଧାନମନ୍ତ୍ରୀଙ୍କ ମନ କି ବାତ ମୁଖ୍ୟ ପ୍ରସଙ୍ଗ ରହିଥିଲା। କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଜିଲ୍ଲା ପ୍ରଭାରୀ ଗୌତମ ରାୟ, ମୁଖ୍ୟ ବକ୍ତା ପୃର୍ବତନ କେନ୍ଦ୍ର ମନ୍ତୀ ବିଶ୍ବେସ୍ବର ଟୁଡୁ ଆଗାମୀ ନଗର ଓ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଓ ଯୋଜନା ବାବଦରେ ବିସ୍ତାରିତ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଦର ବିଧାୟକ ମାନସ କୁମାର ଦତ୍ତ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟା ସୁଷମା ରାଣୀ ବିଶ୍ୱାଳ, ରାଜ୍ୟ କାର୍ଯକାରିଣୀ ସଦସ୍ୟା ମମତା ମହାପାତ୍ର , ପୃବର୍ତନ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ମଞ୍ଚାସିନ ଥିଲେ। ଜିଲ୍ଲାର ସମସ୍ତ ଜିଲ୍ଲା ପଧାଦିକାରୀ ସମସ୍ତେ ମଣ୍ଡଳ ସଭାପତି, ମଣ୍ଡଳ ପ୍ରଭାରୀ ବୈଠକରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ସମ୍ପାଦକ ଚିତ୍ତରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।


