ସିରିଡ଼ି ସାଇ ମନ୍ଦିରର ବାର୍ଷିକ ଉତ୍ସବ
ବନ୍ତ,୨୧/୭(ଚାନ୍ଦିନୀ ମହାନ୍ତି) : ମଙ୍ଗଳବାର ଭଦ୍ରକ ଜିଲା ବନ୍ତ ବ୍ଲକ ଛୟାଳସିଂହ ସାଇନଗରସ୍ଥିତ ଶ୍ରୀ ଶ୍ରୀ ସିରିଡ଼ି ସାଇ ମନ୍ଦିରର ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଭାତରୁ ବାବାଙ୍କର ମଙ୍ଗଳ ଆରତି, ସୂର୍ଯ୍ୟ ପୂଜା, ନଗର ପରିକ୍ରମା ପରେ ବେଦପାଠ ସହ ପୂଜାର୍ଚ୍ଚନା ହୋଇଥିଲା l ପୂଜକ ନରେଶ ତ୍ରିପାଠୀ, ସୁରେନ୍ଦ୍ର କର, ଜଗବନ୍ଧୁ ଶତପଥି ପୂଜା କାର୍ଯ୍ୟ ତୁଲାଇ ଥିଲେ । କର୍ତ୍ତା ଭାବେ ଖଗେଶ୍ୱର ବେହେରା, ଜୟନ୍ତୀ ଗିରି ଦାୟିତ୍ୱ ତୁଲାଇଥିଲେ l ଏଥିରେ ଆଖପାଖ ଅଞ୍ଚଳର ଶହ ଶହ ଭକ୍ତ ଯୋଗ ଦେଇଥିଲେ l ସନ୍ଧ୍ୟାରେ ଭଜନ ସନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମ ପରିଚାଳନାରେ ଆଲୋକ ସାହୁ, ଲିପିକା ସାହୁ, ତ୍ରିଲୋକ୍ୟ ସାହୁ, କାମିନୀ ସାହୁ,ସରିତା ମହାନ୍ତି, ମେନକା ସାହୁ, ସଜୀଵ ଦାସ,ମନୋରଞ୍ଜନ ସାହୁ, ରମାବତୀ ଜେନା,ବସନ୍ତ ବାରିକ ସମେତ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ସ୍ଥାନୀୟ ଗ୍ରାମବାସୀ ମାନେ ସହଯୋଗ କରିଥିଲେ l


