ପିପୁଲ୍ସ କଲେଜରେ ନୂତନ ପ୍ରିନ୍ସିପାଲଙ୍କ ଦାୟିତ୍ଵ ଗ୍ରହଣ
ବୁଗୁଡ଼ା (ଅନୀଲ କୁମାର ମହାରଣା) : ବୁଗୁଡ଼ା ପିପୁଲ୍ସ କଲେଜରେ ନୂତନ ପ୍ରିନ୍ସିପାଲ ଭାବେ ଭଗବାନ ଶତପଥୀ ଦାୟିତ୍ଵ ଗ୍ରହଣ କରିଥିବା ଜଣାପଡ଼ିଛି। କଲେଜର ପୂର୍ବତ୍ତନ ପ୍ରିନ୍ସିପାଲ ଡ. ପୁରୁଷୋତ୍ତମ ମିଶ୍ରଙ୍କ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଡିଗ୍ରୀ କଲେଜକୁ ବଦଳି ହୋଇଥିବାବେଳେ ତାଙ୍କ ସ୍ଥାନରେ ନୂତନ ପ୍ରିନ୍ସିପାଲ ଶ୍ରୀ ଶତପଥୀ ଯୋଗ ଦେଇଛନ୍ତି । ଶ୍ରୀ ଶତପଥୀ ଏହା ପୂର୍ବରୁ ବଲାଙ୍ଗୀର ଜିଲ୍ଲା ଯୋଗିସର୍ଢା ଗ୍ରାମର ହରିହର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଜନୀତି ବିଜ୍ଞାନ ଅଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ। ଶ୍ରୀ ଶତପଥୀ ଦାୟିତ୍ଵଗ୍ରହଣ କରିବା ପରେ କଲେଜର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ନୂତନ ପ୍ରିନ୍ସିପାଲ କଲେଜର ଶୈକ୍ଷିକ ଅଭିବୃଦ୍ଧି ସାଙ୍ଗକୁ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଉଦ୍ୟମ ଜାରି ରଖିବେ ବୋଲି ମତବ୍ୟକ୍ତ କରିଛନ୍ତି।


