କ୍ଷତ୍ରିୟ ଖଣ୍ଡାୟତ ମହାସଙ୍ଘର ୩ ବ୍ଲକ ସଭାପତି ମନୋନୀତ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲ୍ଲା କ୍ଷତ୍ରିୟ ଖଣ୍ଡାୟତ ମହାସଂଘ ପକ୍ଷରୁ ଜିଲ୍ଲାର ୩ଟି ବ୍ଲକ ପାଇଁ ସଭାପତି ମନୋନୀତ ହୋଇଛନ୍ତି। ସଂଘର ଡେରାବିଶ ବ୍ଲକ ଶାଖାର ସଭାପତି ଭାବେ ତରୁଣ ରଞ୍ଜନ ପ୍ରଧାନ ଓ ରାଜନଗର ବ୍ଲକ ଶାଖାର ସଭାପତି ଭାବେ ସନ୍ତୋଷ କୁମାର ରାଉତ ମନୋନୀତ ହୋଇଛନ୍ତି। କେନ୍ଦ୍ରାପଡ଼ା ବ୍ଲକର କାର୍ଯ୍ୟକାରୀ ସଭାପତି ଭାବେ ରତିକାନ୍ତ ସାମଲ ମନୋନୀତ ହୋଇଛନ୍ତି। ଜିଲ୍ଲା ସଭାପତି ଶରତ କୁମାର ବେହୁରା ଏହି କର୍ମକର୍ତ୍ତମାନଙ୍କୁ ମନୋନୀତ କରିଛନ୍ତି। ସଂଘର କାର୍ଯ୍ୟକାରୀ ସଭାପତି ଗୋଲଖ ପଢିହାରୀ, ସଂଯୋଜକ ଚନ୍ଦନ ପରିଡ଼ା, ରାଜ୍ୟ ଆବାହକ ସୁଧାଂଶୁ ବେହୁରା ପ୍ରମୁଖ ସେମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏ ନେଇ ସଂଘର ମନକରପୁର ସ୍ଥିତ ଜିଲ୍ଲା କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସର୍ବସମ୍ମତିକ୍ରମେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ