ସିପିଆଇ ନେତାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳୀ ସଭା
ଛତ୍ରପୁର, (ଓ୍ବାଇଏନଏସ): ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ସିପିଆଇ ଯୁବ ନେତା ସ୍ୱର୍ଗତ ସାକୁରା ବେହେରାଙ୍କ ୧୨ତମ ଶ୍ରାଦ୍ଧ ବାର୍ଷିକୀ ଅବସର ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଏସ. କ୍ରିଷ୍ଣା ରେଡ୍ଡୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିପିଆଇ ଜିଲ୍ଲା ସହ -ସମ୍ପାଦକ ନୀଳକଣ୍ଠ ଦାଶ,ଛତ୍ରପୁର ଜୋନାଲ ସମ୍ପାଦକ ଡି. ଆଦିନାରାୟଣ ରେଡ୍ଡୀ, ଜିଲ୍ଲା କାର୍ଯ୍ୟକାରି ସଭ୍ୟ ସିଏଚ ଜନାର୍ଦନ ରେଡ୍ଡୀ, ଏସ. ତ୍ରିନାଥ ରେଡ୍ଡୀ,ସ୍ବର୍ଗତ ସାକୁରା ବେହେରା ଙ୍କ ସାନଭାଇ ଚି଼ଙ୍କରା ବେହେରା, ଏନ. ସୁକାନ୍ତ ଆଚରି, ଏସ. ଶହଦେବ ରେଡି, ପି. ନାରାୟଣ ରେଡ୍ଡୀ, ପୂର୍ଣ୍ଣ ଚନ୍ଦ୍ର ଗୌଡ଼,ବରିଷ୍ଠନେତା ଆଇନଜିବି ଆଦିତ୍ୟ ମିଶ୍ର, କୈଳାଶ ପଲାଇ, ବୁଲୁ ପଣ୍ଡା, ପୂର୍ବତନ ସରପଞ୍ଚ ଦଣ୍ଡପାଣି ନାହାକ ଓ ଡି ରାଜେଶ ରେଡ୍ଡୀ ଙ୍କ ସମେତ ବହୁ ଯୁବକ ଏବଂ ସିପିଆଇ ନେତା ଓ କର୍ମୀ ମାନେ ଯୋଗ ଦେଇ ସ୍ୱର୍ଗତ ବେହେରାଙ୍କ ସ୍ମୃତି ଚାରଣ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ସାକୁରା ବେହେରାଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।


