ବାଇକ ଚୋର ଗିରଫ: ୫ ଦାମୀ ବାଇକ୍‌ ଜବତ

ଛତ୍ରପୁର,(ଓ୍ବାଇଏନଏସ)  : ଆନ୍ଧ୍ରପ୍ରଦେଶର ବିଭିନ୍ନ ସହରରୁ ଚତୁରତାର ସହ ଦାମୀ ଓ ଆକର୍ଷଣୀୟ ବାଇକକୁ ଟାର୍ଗେଟ କରୁଥିଲା ଯୁବକ । ସେଠାରୁ ଚୋରି କରି ଏଠାକୁ ଆଣି ନମ୍ବର ପ୍ଲେଟ କାଢି ବିନା ନମ୍ବରରେ ଚଢୁଥିଲା ବାବୁ ଜଣକ, ଶେଷରେ ପୁଲିସ ହାତରେ ଧରାପଡି ବନ୍ଧା ହେଲା ଯୁବକ । ଯୁବକ ଜଣକ ହେଲେ ମେରାଇନ ଥାନା ଅଧିନ ସାନ ଆର୍ଯ୍ୟପଲ୍ଲୀ ଗ୍ରାମର ଓଡିଆରପି କଲୋନୀର ଏନ.ନରସିଂହ । ବାବୁ ଜଣକ ଏକ ନମ୍ବର ବିହୀନ ବୁଲେଟ ଚଢି ବୁଲୁଥିବା ବେଳେ ମେରାଇନ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ପୁଲିସ ହାତରେ ଧରାପଡିଥିଲେ । ପରେ ପୁଲିସ ଗାଡିର କାଗଜ ପତ୍ର ମାଗିଥିବା ବେଳେ ନରସିଂହ ପୁଲିସ ଆଗରେ ସବୁ ମାନିଦେବାସହ ୫ଟି ଗାଡି ଜବତ କରିଛି ପୁଲିସ । ସେଥିମଧ୍ୟରୁ ୪ଟି ଗାଡି ଆନ୍ଧ୍ର ପ୍ରଦେଶ ଓ ଗୋଟିଏ ଓଡିଶାର ରହିଛି । କାହାରି ବି ନମ୍ବର ନାହିଁ । ଚୋରି କରିବା ପରେ ନିଜ ପାଖରେ ୩ଟି ଗାଡି ରଖିଥିବା ବେଳେ ୨ଟି ଗାଡିକୁ ସେ ବନ୍ଧକ ମଧ୍ୟ ଦେଇଥିଲା । ସବୁ ଗାଡିକୁ ପୁଲିସ ଜବତ କରିଥିବା ବେଳେ ଏହି ଘଟଣାରେ ଅନ୍ୟ କେଉଁମାନେ ସମ୍ପୃକ୍ତ ରହଛନ୍ତି ତାହାର ତଦନ୍ତ କରୁଛି ପୁଲିସ ବୋଲି ଥାନା ଅଧିକାରୀ ଦିବ୍ୟାଭାରତୀ ନାୟକ ସୂଚନା ଦେଇଛନ୍ତି । ଏନେଇ ଥାନାରେ ୬୩/୨୦୨୬ ମାମଲା ରୁଜୁ କରି ଅଧିକ ଖୋଲତାଡ କରୁଛି ପୁଲିସ । ଗାଡିର ସମସ୍ତ ତଥ୍ୟ ଆରଟିଓଙ୍କୁ ମଗାଯାଇଛି ତଥ୍ୟ ମିଳିଲେ ସେମାନଙ୍କ ମାଲିକକୁ ଗାଡି ଫେରାଯିବ ବୋଲି ଥାନା ଅଧିକାରିଣୀ କହିଛନ୍ତି । ତେବେ ଏହି ୫ଟି ଗାଡି ନା ଆହୁରି ଅଧିକ ଗାଡି ଚୋରି କରି ଆଣିଛି ଏବଂ ଏହି ଗ୍ୟାଙ୍ଗ ରେ କେଉଁ ମାନେ ସାମିଲ ଅଛନ୍ତି ତାହାର ଯାଂଚ କରୁଛନ୍ତି ମେରାଇନ ପୁଲିସ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ