ମୋ ଭାରତ ପକ୍ଷରୁ ପରିକ୍ଷଣାତ୍ମକ ଶିକ୍ଷଣୀୟ କାର୍ଯ୍ୟକ୍ରମ ଉଦଯାପିତ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା କାଉପୁରସ୍ଥିତ କଳ୍ପନା ଦେବୀ ବୃଦ୍ଧାଶ୍ରମରେ ଭଦ୍ରକସ୍ଥିତ ମୋ ଭାରତ ସଂଗଠନ ପକ୍ଷରୁ ଗତ ସୋମବାର ଠାରୁ ୫ ଦିନ ଧରି ଚାଲି ଥିବା ପରିକ୍ଷଣାତ୍ମକ ଶିକ୍ଷଣୀୟ କାର୍ଯ୍ୟକ୍ରମ(ଏକ୍ସପେରିମେଣ୍ଟାଲ ଲର୍ଣ୍ଣିଂ ପ୍ରୋଗ୍ରାମ) ଶୁକ୍ରବାର ଉଦଯାପିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବୃଦ୍ଧବୃଦ୍ଧା ମାନଙ୍କ ସେବା ଓ ସହାୟତାକୁ ପ୍ରାଥମିକତା ଦିଆଯାଇଥିଲା । ସ୍ୱେଚ୍ଛାସେବକମାନେ ବୃଦ୍ଧବୃଦ୍ଧା ମାନଙ୍କ ସହ ସମୟ ଅତିବାହିତ କରିବା ସହିତ ସେମାନଙ୍କର ଆବଶ୍ୟକତା ପଚାରି ସହଯୋଗ କରିଥିଲେ। ଏହି ଅବସରରେ ଆଶ୍ରମ ପରିସରରେ ବୃକ୍ଷରୋପଣ, ବୃଦ୍ଧବୃଦ୍ଧା ମାନଙ୍କୁ ଖାଦ୍ୟ ବଣ୍ଟନ, ଯୋଗାଭ୍ୟାସ ସହ ସଚେତନତା, ପରିବେଶ ସୁରକ୍ଷା ଓ ବିଭିନ୍ନ ସାମାଜିକ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଜିଲା ଯୁବ ଅଧିକାରୀ ଫାଉଦ ମହମ୍ମଦଙ୍କ ପ୍ରତ୍ୟେକ୍ଷ ତତ୍ତାବଧାନରେ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା l ଏହି କାର୍ଯ୍ୟକ୍ରମ ବୃଦ୍ଧବୃଦ୍ଧା ମାନଙ୍କ ମନରେ ଖୁସି ଓ ଆତ୍ମବିଶ୍ୱାସ ସୃଷ୍ଟି କରିବା ସହିତ ଯୁବ ସମାଜକୁ ସାମାଜିକ ସେବା ପ୍ରତି ଉତ୍ସାହିତ କରିଥିଲା l


