ମହାପ୍ରଭୁଙ୍କ ବାହୁଡା଼ଯାତ୍ରା ଶାନ୍ତି ଶୃଙ୍ଖଳାରେ ଶେଷ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ଗ୍ରାମରେ ମହାପ୍ରଭୁଙ୍କ ବାହୁଡା଼ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଉଛି l ପାରମ୍ପରିକ ରୀତି ନୀତି ଅନୁଯାୟୀ ଶ୍ରୀ ଜୀଉଙ୍କ ପୂଜାର୍ଚନା କରାଯାଇ ପହଣ୍ଡି ଜରିଆରେ ତିନି ରଥରେ ତିନି ଠାକୁରଙ୍କୁ ରଥାରୁଢ଼ କରାଯାଇଥିଲା l ରଥ ଉପରେ ଦିଅଁ ମାନଙ୍କୁ ସୁବେଶ କରାଯିବା ପରେ କର୍ପୁର ଆଳତୀ ହୋଇଥିଲା l ଭକ୍ତ ମାନେ ଭୋଗ ଅର୍ପଣ କରିଥିଲେ l ଅପରାହ୍ନରେ ଚିନ୍ମୟ ପ୍ରଧାନ ଛେରା ପହରା କରିଥିଲେ l ଏହି ପବିତ୍ର ଯାତ୍ରା ଅବସରରେ ମାଉସୀ ମାଆ ମନ୍ଦିରରେ ପୋଡ଼ ପିଠା ଭୋଗ ଲଗାଯାଇ ରଥ ଗୁଡିକ ଜଗନ୍ନାଥ ମନ୍ଦିର ଅଭିମୁଖେ ଟଣା ଯାଇଥିଲା l ହରିବୋଲ ଓ ହୁଳହୁଳି ଧ୍ଵନି ଦେଇ ଶତାଧିକ ମହିଳା ଓ ପୁରୁଷ ଭକ୍ତ ମାନେ ତିନି ରଥକୁ ମାଉସୀ ମାଆ ମନ୍ଦିର ଠାରୁ ଟାଣି ଟାଣି ନେଇଥିଲେ l ସେବକ ହରେକୃଷ୍ଣ ଦାଶ, ନାରାୟଣ ଚନ୍ଦ୍ର ଦାଶ, ବିଷ୍ଣୁ ମୋହନ ଦାଶ, ଭଗବାନ ଦାଶ ପ୍ରମୁଖ ସମସ୍ତ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ