ମହାବିଦ୍ୟାଳୟ ନୂତନ ଅଧ୍ୟକ୍ଷଙ୍କୁ ସ୍ୱାଗତ

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କରିଲୋପାଟଣା ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ପ୍ରଫେସର ସୁବ୍ରତ ନାୟକ ଯୋଗଦେଇଛନ୍ତି। ନୂତନ ଅଧ୍ୟକ୍ଷ ପ୍ରଫେସର ନାୟକଙ୍କୁ ଉତ୍ସୋସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। କଲେଜର ପ୍ରତିଷ୍ଠାତା ସମାଜସେବୀ କେଦାରନାଥ ସାମନ୍ତରାୟଙ୍କ ନେତୃତ୍ୱରେ କରିଲୋପାଟଣା ଗ୍ରାମପଞ୍ଚାୟତର ପ୍ରତିନିଧି ଅନ୍ନଦା ପ୍ରସାଦ ତ୍ରିପାଠୀ, ପୂର୍ବତନ ସରପଞ୍ଚ ସୁକାନ୍ତ ସାହୁ, ସମାଜସେବୀ ଦେବେନ୍ଦ୍ର କୁମାର ଦାସ, ଯୁବ ସମାଜସେବୀ ତପନ କୁମାର ରାଉତ, ସଞ୍ଜିବ ମଙ୍ଗରାଜ, ନିରଞ୍ଜନ ସାମଲ, ପିଣ୍ଟୁ ଦାସ ପ୍ରମୁଖ ବହୁ ଶୁଭେଛୁ ନୂତନ ଅଧ୍ୟକ୍ଷ ପ୍ରଫେସର ନାୟକଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏଥିସହିତ ମହାବିଦ୍ୟାଳୟର ସର୍ବାଙ୍ଗିନ ଉନ୍ନତି ଓ ଶିକ୍ଷାଦାନ କ୍ଷେତ୍ରରେ ଗୁରୁତ୍ୱାରୋପ କରିବାକୁ ଅଧ୍ୟକ୍ଷଙ୍କୁ ନିବେଦନ କରିଥିଲେ। କଲେଜର ବିଭିନ୍ନ ସମସ୍ୟା ସମାଧାନ କ୍ଷେତ୍ରରେ ଅଧ୍ୟକ୍ଷ ଅଗ୍ରାଧିକାର ଦେବେ ବୋଲି ପ୍ରତିଶୃତି ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ