ଲଗାଣ ବର୍ଷାରେ ଗଛ ପଡ଼ି ରାସ୍ତା ଅବରୋଧ, ଘଣ୍ଟାଏ ଅଟକିଲା ଆମ୍ବୁଲାନ୍ସ
କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ )ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ରାୟଗଡା ଓ କଲ୍ୟାଣସିଂହପୁର ୪୫ ରାଜ୍ୟ ରାଜପଥ ବୁଡାଗୁଡ଼ା ହାଇସ୍କୁଲ ନିକଟରେ ଲଗାଣ ବର୍ଷାରେ ଏକ ବିଶାଳ ବରକୋଳି ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି ।ଏହା ଫଳରେ ଘଣ୍ଟାଏ ସମୟ ଧରି ଆମ୍ବୁଲାନ୍ସ, ଯାତ୍ରୀବାହୀ ବସ୍, କାର ଓ ଅନେକ ଯାନବାହନ ଅଟକି ରହିଥିଲା। ଘଟଣା ସ୍ଥଳରୁ ସ୍ଥାନୀୟ ସମାଜସେବୀ ସନ୍ତୋଷ କୁମାର ବଛା ଅଗ୍ନିଶମ ବିଭାଗ କୁ ଯୋଗାଯୋଗ କରିବା ପରେ କଲ୍ୟାଣସିଂହପୁର ଅଗ୍ନିଶମ ବିଭାଗର ଓଆଇସି ବିଜୟ କୁମାର ବେହେରା, କନଷ୍ଟେବଳ ରମାକାନ୍ତ ସାହୁ, ରାଜେଶ୍ୱର ବେହେରା ଓ ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତା ସଫା କରିଥିଲେ। ଏହା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା। ଲଗାଣ ବର୍ଷା ଚାଲିଥିବା ସମୟରେ ଏଭଳି ଘଟଣା ନିତି ବାରମ୍ବାର ଦେଖିବାକୁ ମିଳୁଥିବା ବେଳେ ପିଡାବ୍ଲୁଡି ଵିଭାଗ ଏହାକୁ ଗୁରୁତ୍ୱ ସହ ନେଇ ମୁଖ୍ୟ ରାସ୍ତା ନିକଟରେ ଥିବା ଶୁଖିଲା ଗଛ ଗୁଡ଼ିକୁ କାଟିବାକୁ ବୁଦ୍ଧିଜୀବୀ ମତାମତ ରଖିଛନ୍ତି।


