ବନ୍ୟାଞ୍ଚଳ ବୁଲିଲେ ବିଜେପି ନେତା

ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ବନ୍ୟାକୁ ଦୃଷ୍ଟିରେ ରଖି ବିଜେପି ନେତା ଆଲୋକ ସେଠୀ, ବିଜେପିର ଜିଲ୍ଲା ଉପ ସଭାପତି ଜ୍ଞାନ ରଞ୍ଜନ ସାମନ୍ତ ସିଂହାରଙ୍କ ସହିତ  କେନ୍ଦୁଝର ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ, ହାଟଡିହି ବିଡ଼ିଓ ରଞ୍ଜନ କୁମାର ପରିଡା,  ହାଟଡିହି ତହସିଲଦାର ସଞ୍ଜୟ ସାମନ୍ତରାୟ, ପ୍ରମୁଖଙ୍କୁ ସାଙ୍ଗରେ ନେଇ ଆମ୍ବୋ, କରଗୋଳା, ତେଲସିଙ୍ଗା, ଗିରିଗାଁ, ହାବଳେଶ୍ୱର, ରତକଣା, ରାଘବପୁର ନୂଆଗାଁ ଆଦି ବନ୍ୟାଞ୍ଚଳ ଗ୍ରସ୍ତ କରିବା ସହିତ ପ୍ରତିକାର ମୂଳକ ପଦକ୍ଷେପ ଓ ବନ୍ୟା ମୁକାବିଲା ପାଇଁ ଆବଶ୍ୟକ ବ୍ୟବସ୍ଥା କୁ ଅନୁଧ୍ୟାନ କରିଥିଲେ। ବିଶେଷକରି ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ। ବିଶେଷ କରି ବ୍ଲକରେ ଥିବା ତିନୋଟି ବାତ୍ୟା ଆଶ୍ରୟ ସ୍ଥଳି ସମେତ ବିଭିନ୍ନ ସ୍କୁଲ କୁ ଲୋକମାନଙ୍କୁ ଉଠାଇ ସେମାନଙ୍କର ଖାଦ୍ୟ ପେୟର ବନ୍ଦୋବସ୍ତ କରିଥିଲେ। ସେମାନଙ୍କ ସହିତ ବିଜେପି ନେତା ଯୁଧିଷ୍ଠିର ମଲ୍ଲିକ, ହବଳେଶ୍ୱର ସଭ୍ୟ ତାରିଣୀ ସେନାପତି, ବଡ଼ରମ୍ପାସ ସରପଞ୍ଚ ରବୀନ୍ଦ୍ର ଜେନା, ଷଡ଼ଙ୍ଗ ସରପଞ୍ଚ ଅନ୍ତର୍ଯ୍ୟାମୀ ଖଣ୍ଡେଇ ପ୍ରମୁଖ  ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ