ପୋଷାକ ବଣ୍ଟନ ମେଳା ଅନୁଷ୍ଠିତ

ଆସିକା  (ୱାଇଏନ୍‍ଏସ୍‍) : ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବାବନପୁର କ୍ଳଷ୍ଟରର ବଡଦାଣ୍ଡ ସାହି ପ୍ରାଥମିକ ବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ଆନୁକୂଲ୍ୟରେ ବାଲ୍‍ବାଟିକା ଠାରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁଙ୍କ ସକାଶେ ଏକ ମାଗଣା ପୋଷାକ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ମନୋଜ କୁମାର ବେହେରା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବାବୁଲା କୁମାର ନାୟକ, ସିଆର୍‍ସିସିରାଧାମୋହନ ଡାକୁଆ, ପରିଚାଳନା କମିଟିର ଉପସଭାନେତ୍ରୀ ଝିଲ୍ଲୀ ବାଡତ୍ୟା, ପରିଚାଳନା କମିଟିର ସଦସ୍ୟ ସନ୍ତୋଷ କୁମାର ମହାରଣା, ସୁଜାତା ଗୌଡ, ଶିବାନୀ ଗୌଡ, ସୁନିତା ବାଡତ୍ୟା, ପ୍ରିୟଙ୍କା ବାଡତ୍ୟା, ସତନାରାୟଣ ଗୌଡ, ଲିଜାରାଣୀ ଡାକୁଆ, ନମିତା ଗୌଡ ପ୍ରମୁଖ ଯୋଗଦେଇ ଶିକ୍ଷାନୁଷ୍ଠାନର ଅଧ୍ୟୟନରତ ବିଦ୍ୟାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ଆସିଥିବା ମାଗଣା ପୋଷାକ ବଣ୍ଟନ କରିବା ସାଙ୍ଗକୁ ଶିଶୁମାନଙ୍କୁ ଉତ୍ସାହିତ କରିବା ସହ ଛାତ୍ରଛାତ୍ରୀମାନେ ଭଲ ପାଠପଢି ସୁନାଗନିକ ହୋଇ ନିଜ ପିତାମାତା, ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷାନୁଷ୍ଠାନର ସୁନାମକୁ ଅକ୍ଷୁର୍ଣ୍ଣ ରଖିବାକୁ ଆହ୍ୱାନ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବାବନପୁର ବଡଦାଣ୍ଡ ସାହି ପ୍ରାଥମିକ ବିଦ୍ୟାଳୟରେ ବାଲ୍‍ବାଟିକାରୁ ପଞ୍ଚମ ଶ୍ରେଣୀର ୬୪ ଜଣ ଶିଶୁଙ୍କ ସକାଶେ ଅନୁଷ୍ଠିତ ଏହି ମାଗଣା ପୋଷାକ ବଣ୍ଟନ ମେଳାକୁ ସୁପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର ସହକାରୀ ଶିକ୍ଷୟିତ୍ରୀ ଅଶ୍ୱିନୀ କୁମାରୀ ନାୟକ ଓ ଜ୍ୟୋତ୍ସ୍ନାମୟୀ ସିକ୍କା ପ୍ରମୁଖ ସହଯୋଗ କରିଥିଲା ବେଳେ ବହୁ ବୁଦ୍ଧିଜୀବୀ, ଅଭିଭାବକ ଓ ମାନ୍ୟଗଣ୍ୟ ବ୍ୟକ୍ତି, ବିଦ୍ୟାର୍ଥୀ, ଗ୍ରାମବାସୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ