ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନବିଜ୍ଞାନ ମେଳା

ଆସିକା (ୱାଇଏନ୍‍ଏସ୍‍) : ବିଦ୍ୟାଭାରତୀ ଶିକ୍ଷାବିକାଶ ସମିତି ଓଡିଶାଙ୍କ ଆନୁକୂଲ୍ୟରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶନିବାର ଶିକ୍ଷାନୁଷ୍ଠାନସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପରିଚାଳନା କମିଟି ସଭାପତି ଡଃ ବିନୋଦ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତା ଓ ଶିକ୍ଷାନୁଷ୍ଠାନର ପ୍ରଧାନାଚାର୍ଯ୍ୟ ସୁନିଲ୍‍ କୁମାର ଗୌଡଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ଜ୍ଞାନବିଜ୍ଞାନ ମେଳାର ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଆସିକା ପିଏମ୍‍ଶ୍ରୀ ହରିହର ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶିବରାମ ମହାରଣା ଓ ଶିକ୍ଷାନୁଷ୍ଠାନର ପରିଚାଳନା କମିଟିର ସଂପାଦକ ପ୍ରତାପ ଚନ୍ଦ୍ର ମହାପାତ୍ର ଏବଂ ଯୁଗ୍ମ ସଂପାଦକ ପି.ନାଗେଶ୍ୱର ପାତ୍ର ପ୍ରମୁଖ ଯୋଗଦେଇ ଆଜିର ଦୁନିଆରେ ବିଜ୍ଞାନର ଉପକାରିତା ଉପରେ ବହୁ ଶିକ୍ଷଣୀୟ ମାର୍ଗଦର୍ଶନ କରିବା ସାଙ୍ଗକୁ ଏହି ଜ୍ଞାନବିଜ୍ଞାନ ମେଳାରେ ଭାଗ ନେଇଥିବା ଶିଶୁ ଛାତ୍ରୀଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିବା ଜ୍ଞାନବିଜ୍ଞାନ ମେଳାରେ ବିଜ୍ଞାନ ପ୍ରଶ୍ନମଞ୍ଚ, ପ୍ରୟୋଗ, ଗଣିତ ପ୍ରଶ୍ନମଞ୍ଚ, ସଂସ୍କୃତି ବୋଧ ପ୍ରଶ୍ନମଞ୍ଚ, ତତ୍କାଳୀନ ଭାଷଣ, ମୁକ୍ତିକଳା ଇତ୍ୟାଦି ୭ଟି ବିଷୟରେ ପ୍ରତିଯୋଗିତା ହୋଇଥିଲା ବେଳେ ଶିଶୁ, ବାଲ୍‍ ଓ କିଶୋର ପ୍ରଭୃତି ୩ଟି ବର୍ଗରେ ୧୦୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଆସିକା ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ଏହି ଜ୍ଞାନବିଜ୍ଞାନ ମେଳାରେ ଅଂଶଗ୍ରହଣ କରି ନିଜର ଲୁକ୍କାୟିତ ପ୍ରତିଭାକୁ ପ୍ରଦର୍ଶନ କରିିଥିବା ଦେଖିବାକୁ ମିଳିଥିଲା । ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିବା ଜ୍ଞାନବିଜ୍ଞାନ ମେଳାକୁ ସୁପରିଚାଳନା କରିବା ଦିଗରେ ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ସୁନିଲ୍‍ କୁମାର ଗୌଡ, ଗୁରୁଜୀ ପ୍ରଭାସ କୁମାର ସାହୁ, ଦାଶରଥୀ ମହାପାତ୍ର, ଜଟାଧାରୀ ମହାନ୍ତି, ସୁଚିତ୍ରା ମହାପାତ୍ର, କାହ୍ନୁଚରଣ ମହାନ୍ତି, ରବିନ୍ଦ୍ର କୁମାର ସାହୁ, ମୃତ୍ୟୁଞ୍ଜୟ ପାଢୀ, ପନିତା ସ୍ୱାମୀ, ସସ୍ମିତା ହୋତା, ଗୀତାଞ୍ଜଳୀ ପଟ୍ଟନାୟକ, ଗୀତାଞ୍ଜଳୀ ସାବତ, ସଂଯୁକ୍ତା ପଣ୍ଡା, ସଂଯୁକ୍ତା ପାଢୀ, ଏସ୍‍.ଲିପ୍ସା ଦୋରା, ମମତା ଦାଶ, ସରୋଜ କୁମାର ସ୍ୱାଇଁ, ରାଜାରାମ ଦାଶ, ଚିତ୍ରସେନ ପାତ୍ର, ଅଶ୍ୱିନୀ ପଟ୍ଟନାୟକ, ଅନନ୍ତ ନାରାୟଣ ପଣ୍ଡା, କୃôଷ୍ଣଚନ୍ଦ୍ର ନାୟକ, ସଂଗୀତା ବେହେରା, ସୁଧିର ବିଷୋୟୀ, ସ୍ୱପ୍ନାରାଣୀ ସାହୁ, ନମିତା ତ୍ରିପାଠୀ, ଅନିତା ତ୍ରିପାଠୀ, ସୁଚିତ୍ରା ବେହେରା, ଶୁଭଶ୍ରୀ ମହାପାତ୍ର, ଆରତୀ ପରିଡା, କୃତିବାସ ମହାପାତ୍ର, କିରଣ କୁମାର ଜେନା, ସତ୍ୟବାନ୍‍ ମହାପାତ୍ର, ରାଜେନ୍ଦ୍ର କୁମାର ପଣ୍ଡା, ସନ୍ତୋଷ କୁମାର ସ୍ୱାଇଁ, ସୁଶାନ୍ତ କୁମାର ପଟ୍ଟନାୟକ, ବାଇଧର ପ୍ରଧାନ, ସୁଜାତା ରଥ, କିରଣ କୁମାର ଜେନା, ଆରତୀ ପରିଡା, ପ୍ରମିତା ଦାଶ, ବିନତୀ ଜେନା, ଅନୁରାଧା ପାଢୀ, ସୂର୍ଯ୍ୟକାନ୍ତୀ ସିୟ, କଳ୍ପନା ଶତପଥୀ, ରୀନା ସାହୁ, ଉମାକାନ୍ତ ରଣା, ସୁନିତା ପାଢୀ, ମନୋରଂଜନ ଜେନା, ସସ୍ମିତା ସାହୁ, ଯୁକ୍ତ ଦୁଇ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ସୁରେନ୍ଦ୍ରନାଥ ସାବତ, ଅଧ୍ୟାପକ ସୁରେନ୍ଦ୍ର କୁମାର ପାଢୀ, ଶୁଭ୍ରାଂଶୁ କହଁର, ରାଜେଶ୍‍ ଜେନା, ଅମିତ୍‍ ବିକ୍ରମ ମହାପାତ୍ର, ବେବିନା ରାଣୀ ଚୌଧୁରୀ, ସୁଚିତ୍ରା ପାଢୀ, ସୌମ୍ୟାରାଣୀ ଶତପଥୀ, ଅଲିଭା ଜେନା, ଶାରଦା ରଥଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ଏବଂ ଅଣଶୈକ୍ଷିକ କର୍ମଚାରୀ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ