ସମ୍ବାଦ ସାହିତ୍ୟ ଘରର ବର୍ଷାକାଳୀନ କବିତା ଆସର
ହାଟଡିହି, (ଓ୍ବାଇଏନଏସ) : ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ପରିସରରେ ହାଟଡିହି ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବର୍ଷାକାଳୀନ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ସଭାପତି ଅନ୍ତର୍ଯ୍ୟାମୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କବିତା ଆସର କାର୍ଯ୍ୟକ୍ରମରେ ଶିଶୁ ସାହିତ୍ୟିକ ରତ୍ନାକର ଦାସ, ଶ୍ରୀକାନ୍ତ ପଟ୍ଟନାୟକ, ନାରାୟଣ ସାହୁ, ହରିହର ପାଣିଗ୍ରାହୀ, ଜଗନ୍ନାଥ ପାତ୍ର, ପ୍ରମୁଖ ଅତିଥି ଭାବେ ଯୋଗଦେଇ ସାହିତ୍ୟ, ସଂସ୍କୃତି ଓ ମାତୃଭାଷାର ବିକାଶ ଉପରେ ଆଲୋଚନା ହେବା ସହ ନୂତନ ପିଢ଼ିଙ୍କ ମଧ୍ୟରେ ସାହିତ୍ୟ ଓ କବିତା ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ। ସାହିତ୍ୟ ଘର ପକ୍ଷରୁ ଏପରି ଏକ ବର୍ଷା କାଳୀନ କବିତା ଆସର ଆୟୋଜନକୁ ନେଇ ପ୍ରଶଂସା କରିଥିଲେ। କାଞ୍ଚନ ଲତା ଜେନାଙ୍କ ସଂଯୋଜନାରେ କବି ଚତୁର୍ଭୁଜ ପହି, ଆନନ୍ଦ ଚନ୍ଦ୍ର ଓଝା, ନିତ୍ୟାନନ୍ଦ ବେହେରା, ଅମୁଲ୍ୟ କୁମାର ମିଶ୍ର, ମୁରଲୀଧର ବେହେରା, କୈଳାଶ ଚଦ୍ର ବେହେରା, ସୁରେନ୍ଦ୍ର କୁମାର ପରିଡା, ହରିହର ସାମଲ, ବିଦ୍ୟୁତ ପ୍ରଭା ଦେଓ, ରବୀନ୍ଦ୍ର କୁମାର ବିଶ୍ୱାଳ ନୃସିଂହ ଚରଣ ସାମଲ, କୃପାସିନ୍ଧୁ ପଣ୍ଡିତ, ଅନନ୍ତ ଚରଣ ମୁଦୁଲି, କାଞ୍ଚନ ଲତା ଜେନା, ସୁକାନ୍ତ କୁମାର ବେହେରା, ଯୁବରାଜ ବିଶ୍ୱାଳ, ସୁବାସ ପାତ୍ର, ସୁବୋଧ କୁମାର ସାହୁ, ନାରାୟଣ ଚନ୍ଦ୍ର ଲେଙ୍କା, ଜ୍ୟୋସ୍ନା ରାଣୀ ଦାସ, ଉମା ମଣି ପାଢ଼ୀ, ପ୍ରଜ୍ଞା ପରମିତା ସାମଲ, ହେମନ୍ତ କୁମାର ନାୟକଙ୍କ ସମେତ ଅନେକ ପ୍ରତିଭାବାନ କବି, କବୟିତ୍ରୀ ଯୋଗଦେଇ ବର୍ଷା ଋତୁକୁ ଆଧାର କରି ନିଜସ୍ୱ ସ୍ୱରଚିତ କବିତା ମାନ ଆବୃତ୍ତି କରିଥିଲେ।


