ନିଶା ମୁକ୍ତ ଯୁବା ଭର୍ଚୁଆଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି, (ଡଃ ଶିବ ନାରାୟଣ ପାତ୍ର): ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨ ଅଗଷ୍ଟ ୨୦୨୬ରେ ‘ବିକଶିତ ଭାରତ ସଂକଳ୍ପ ଅଭିଯାନ ପାଇଁ ନଶା ମୁକ୍ତ ଯୁବ’ ଅନ୍ତର୍ଗତ ଦେଶବ୍ୟାପୀ ଯୁବପିଢ଼ିଙ୍କୁ ଭର୍ଚୁଆଲ୍ ଭାବରେ ସମ୍ବୋଧିତ କରିଥିଲେ । ଏହି ଅଭିଯାନ ଯୁବପିଢ଼ିଙ୍କୁ ନିଶାମୁକ୍ତ ଭାରତ ପାଇଁ ନଶା ମୁକ୍ତ ଯୁବା ପାଇଁ, ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟର ଏକ ଦେଶବ୍ୟାପୀ ପ୍ରୟାସ, ଯାହାର ଲକ୍ଷ୍ୟ ନିଶା ଅପବ୍ୟବହାର ବିରୁଦ୍ଧରେ ଯୁବପିଢ଼ିଙ୍କୁ ଏକତ୍ରିତ କରିବା ଏବଂ ଏକ ସୁସ୍ଥ, ଦାୟିତ୍ୱପୂର୍ଣ୍ଣ ଏବଂ ନିଶାମୁକ୍ତ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା। ଏହି କାର୍ଯ୍ୟକ୍ରମ ସଚେତନତା, ସାମୁଦାୟିକ ଅଂଶଗ୍ରହଣ, କ୍ରୀଡ଼ା, ସଂସ୍କୃତି ଏବଂ ସକାରାତ୍ମକ ସାମାଜିକ ସମ୍ପର୍କ ମାଧ୍ୟମରେ ନିଶା ନିବାରଣ ବିରୁଦ୍ଧରେ ଯୁବପିଢ଼ିଙ୍କ ନେତୃତ୍ୱରେ କାର୍ଯ୍ୟକୁ ଉତ୍ସାହିତ କରିବା ପାଇଁ ଆରମ୍ଭ କରାଯାଇଥିବା ‘ବିକଶିତ ଭାରତ ପାଇଁ ନଶା ମୁକ୍ତ ଯୁବା’ ଅଭିଯାନର ଏକ ଅଂଶ। ମାଇ ଭାରତ ସଂଗଠନ ମାଲକାନଗିରି ତରଫରୁ ଉତ୍ତମ ମଲ୍ଲିକ ମହାବିଦ୍ୟାଳୟ ଠାରେ ଛାତ୍ର ଛାତ୍ରୀ ମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭର୍ଚୁଆଲ୍ ସମ୍ବୋଧନ ଶୁଣିଥିଲେ ଓ ଅନୁପ୍ରାଣିତ ହୋଇ ନାଶା ମୁକ୍ତ ମାଲକାନଗିରି ଗଠନ ପାଇଁ ଶପଥ ନେବା ସହ ଅନ୍ୟ ମାନଙ୍କୁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମାଇ ଭାରତ ସଂଗଠନ ହନିଥ କୁମାର ,ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର(NIC ),ଜିଲ୍ଲା ଅଧିକାରୀ ରଜନିଶ ପାଣ୍ଡେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ମାଇ ଭାରତ ସଂଯୋଜକ ସନ୍ତୋଷ ପାତ୍ର ,ଉତ୍ତମ ମଲ୍ଲିକ ଶିକ୍ଷାନୁଷ୍ଠାନ ଅଧ୍ୟାପକ କିଶୋର କୁମାର, ନିକିତା ଗଣ୍ଡ ଓ ସହକର୍ମୀ ନରେଶ ସରକାର ଆଦି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ