ସମ୍ବାଦ ସାହିତ୍ୟ ଘରର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ
ହାଟଡିହି, (ଓ୍ବାଇଏନଏସ) : ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ପରିସରରେ ହାଟଡିହି ସମ୍ବାଦ ସାହିତ୍ୟ ଘରର ବାର୍ଷିକ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ଅନ୍ତର୍ଯ୍ୟାମୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଆଗାମୀ ବାର୍ଷିକ ଉତ୍ସବ ସମ୍ପର୍କରେ ଆଲୋଚନା କରାଯାଇ ଆସନ୍ତା ସେପ୍ଟେମ୍ବର ୨୭ ତାରିଖରେ ବାର୍ଷିକ ଉତ୍ସବ ପାଳନ କରିବାକୁ ନିଷ୍ପତି ହୋଇଥିଲା। ଏହି ଉତ୍ସବରେ ରାଜ୍ୟ ସ୍ତରୀୟ ସୁ ସାହିତ୍ୟିକ ଓ କବି ମାନଙ୍କୁ ସାମିଲ କରିବା ସହିତ ସରସ ସୁନ୍ଦର କରିବା ନେଇ ନିଷ୍ପତି ହୋଇଥିଲା। ବାର୍ଷିକ ଉତ୍ସବରେ ମୁଖପତ୍ର ପ୍ରୟାସୀ ପାଇଁ ଲେଖା ଗୁଡିକ ଅଗଷ୍ଟ ୧୫ ତାରିଖ ସୁଧା ପଠାଇବା ଉପରେ ଗୁରୁତ୍ୱ ଦିଆ ଯାଇଥିଲା। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ସୁନାମଧନ୍ୟ ସାହିତ୍ୟିକ, ବିଶିଷ୍ଟ କବି, ଲେଖକ, ସମାଜସେବୀ, କୃତ୍ତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିବାକୁ ନିଷ୍ପତି ହୋଇଥିଲା। ଇନ୍ଦ୍ରଧନୁ ପୃଷ୍ଠା ପାଇଁ କ୍ଷୁଦ୍ର କବିତା ପଠାଇବାକୁ ସଦସ୍ୟ ମାନଙ୍କୁ ଆହ୍ୱାନ କରାଯାଇଥିଲା। ଏହି ବୈଠକରେ ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ, ଆବାହକ କିଶୋର ଆଚାର୍ଯ୍ୟ, ଉପ ସଭାପତି ନିତ୍ୟାନନ୍ଦ ବେହେରା, ସହ ସମ୍ପାଦକ ନାରାୟଣ ସାହୁ, କୋଷାଧ୍ୟକ୍ଷ ସୁରେନ୍ଦ୍ର ପରିଡା, ବରିଷ୍ଠ ଉପଦେଷ୍ଟା ରତ୍ନାକର ଦାସ, ଆନନ୍ଦ ଚନ୍ଦ୍ର ଓଝା, ନାରାୟଣ ଚନ୍ଦ୍ର ଲେଙ୍କା, ସୁବାସ ପାତ୍ର, ଚତୁର୍ଭୁଜ ପହି, ମୁରଲୀଧର ବେହେରା, ହରିହର ପାଣିଗ୍ରାହୀ, କାଞ୍ଚନ ଲତା ଜେନା, ଅମୁଲ୍ୟ କୁମାର ମିଶ୍ର, କୈଳାଶ ଚଦ୍ର ବେହେରା, ହରିହର ସାମଲ, ବିଦ୍ୟୁତ ପ୍ରଭା ଦେଓ, ରବୀନ୍ଦ୍ର କୁମାର ବିଶ୍ୱାଳ ନୃସିଂହ ଚରଣ ସାମଲ, କୃପାସିନ୍ଧୁ ପଣ୍ଡିତ, ଅନନ୍ତ ଚରଣ ମୁଦୁଲି, ସୁକାନ୍ତ କୁମାର ବେହେରା, ଯୁବରାଜ ବିଶ୍ୱାଳ, ସୁବୋଧ କୁମାର ସାହୁ, ଜ୍ୟୋସ୍ନା ରାଣୀ ଦାସ, ଉମା ମଣି ପାଢ଼ୀ, ପ୍ରଜ୍ଞା ପରମିତା ସାମଲ, ହେମନ୍ତ କୁମାର ନାୟକଙ୍କ ସମେତ ଅନେକ ସଦସ୍ୟ ଯୋଗଦେଇଥିଲେ।


