ଶ୍ରାବଣର ପ୍ରଥମ ସୋମବାର : ଶୈବପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ

ଆସିକା (ୱାଇଏନ୍‍ଏସ୍‍):  ର୍ଦେବଦେବ ମହାଦେବଙ୍କ ଅତି ପ୍ରିୟମାସ ହେଉଛି ଶ୍ରାବଣ ମାସ । ଏହି ଅବସରରେ ଶ୍ରାବଣର ପ୍ରଥମ ସୋମବାର ଅବସରରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଶୈବପୀଠ ଗୁଡିକରେ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଅଞ୍ଚଳର ପ୍ରସିଦ୍ଧ ଶୈବ ପୀଠରୂପେ ପରିଚିତ ଥିବା ପୁଡୁଗେଶ୍ୱର, ସୁବର୍ଣ୍ଣେଶ୍ୱର, ବାଲୁଙ୍କେଶ୍ୱର, ତ୍ରିବିଦ୍ଧେଶ୍ୱର, ନର୍ମଦେଶ୍ୱର, କପିଳେଶ୍ୱର, ଇଶାନେଶ୍ୱର, ଚନ୍ଦ୍ରକଳ୍ପେଶ୍ୱର ତଥା ଏହାର ଆଖପାଖ ଅଞ୍ଚଳର ଶୈବପୀଠ ଗୁଡିକରେ ଶ୍ରଦ୍ଧାଳୁ ଭକ୍ତମାନେ ଦେବଦେବ ମହାଦେବଙ୍କୁ ପୂଜାର୍ଚ୍ଚନା କରିବା ଲାଗି ଭିଡ ଜମାଇଥିଲେ । ଭୋର ସମୟରେ ଶ୍ରଦ୍ଧାଳୁ ଭକ୍ତମାନେ କୋଟି ଜନ୍ମର ପୁଣ୍ୟ ଅର୍ଜନ କରିବା ଲକ୍ଷ୍ୟରେ ଶିବ ମନ୍ଦିର ଗୁଡିକରେ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ମନ୍ଦିର ଗୁଡିକରେ ଏକ ଆଧ୍ୟ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଓଁ ନମଃ ଶିବାୟ ମନ୍ତ୍ର ଧ୍ୱନୀରେ କମ୍ପି ଉଠିଥିଲା ଶୈବପୀଠ ପରିସର। ମନରେ ପ୍ରବଳ ଉତ୍ସାହ ଓ ଭକ୍ତିସହ ପୂଜାର୍ଚ୍ଚନାରେ ନିମଘ୍ନ ରହିଥିଲେ ଆଧ୍ୟାତ୍ମିକପ୍ରେମୀ ଶ୍ରଦ୍ଧାଳୁ ଭକ୍ତ। ଭଗବାନ ଶିବଙ୍କ ଅତିପ୍ରିୟ ଶ୍ରାବଣ ମାସ । ଶିବ ଉପାସନାରେ ତିଥି ମଧ୍ୟରେ ଚତୁର୍ଦ୍ଦଶୀ ଓ ବାର ମଧ୍ୟରେ ଶ୍ରାବଣ ମାସର ସୋମବାର ଶ୍ରେଷ୍ଠ । ଧର୍ମ ଓ ପୂଣ୍ୟ ଅର୍ଜନର ମାସ ଶ୍ରାବଣର ପ୍ରଥମ ସୋମବାରରେ ଶ୍ରଦ୍ଧାଳୁ ଭକ୍ତ ମାନେ ବେଲପତ୍ର, ନଡିଆ, କଦଳୀ, ଫୁଲ, କଞ୍ଚାକ୍ଷୀର ଧରି ଶୈବପୀଠ ମୁହାଁ ହୋଇଥିବା ଦେଖିବାକୁ ମିଳିଥିଲା। ଆସିକା ନିକଟସ୍ଥ ଗଙ୍ଗାପୁର ଶାସନ ଗ୍ରାମରେ କେଉଁ ଆବାହମାନ କାଳରୁ ପୂଜା ପାଇଆସୁଥିବା ପ୍ରଭୂ ଚନ୍ଦ୍ରକଳ୍ପେଶ୍ୱର ଓ ଗୁଣ୍ଠପଡା ଗ୍ରାମରେ ପୂଜିତ ପ୍ରଭୂ ଇଶାନେଶ୍ୱର ପୀଠ ଏବଂ ଆସିକା ତାଲୁକା ଛକ ସ୍ଥିତ ବାଲୁଙ୍କେଶ୍ୱର ମନ୍ଦିରରେ ଶ୍ରାବଣର ପ୍ରଥମ ସୋମବାର ଅବସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଥିବା ବେଳେ ଓଁ ନମଃ ଶିବାୟ ଧ୍ୱନୀରେ ମନ୍ଦିର ପରିବେଶ ପ୍ରକମ୍ପିତ ହୋଇପଡିଥିବା ଦେଖିବାକୁ ମିଳିଥିଲା । ମାନସିକଧାରୀ ବୋଲ୍‍ବମ୍‍ ଭକ୍ତମାନେ ପାଣିଭାର ଧରି ଗୈରିକ ବସ୍ତ୍ର ପରିଧାନ ପୂର୍ବକ ସୁଦ୍ଧପୁତ ଭାବେ ସମସ୍ତଙ୍କ ମଙ୍ଗଳକାମନା ଓ ମନସ୍କାମନା ପୂରଣ ଲାଗି ବିଭିନ୍ନ ଶୈବପୀଠରେ ଜଳଲାଗି କରିଥିଲା ବେଳେ କାଉଡିଆଙ୍କ ଆଗମନରେ ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇପଡିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ