ଶ୍ରାବଣ ସୋମବାର ବାବା ଗୁପ୍ତେଶ୍ବରଙ୍କୁ ଜଳଲାଗି କଲେ ହଜାର ହଜାର କାଉଡିଆ
ବୈପାରିଗୁଡା,(ବିକ୍ରାନ୍ତ କୁମାର ବେବର୍ତ୍ତା): ଶ୍ରାବଣମାସର ପ୍ରଥମ ସୋମବାରେ ବାବା ଗୁପ୍ତେଶ୍ବରଙ୍କୁ ଜଳଲାଗି କଲେ ହଜାର ହଜାର କାଉଡିଆଙ୍କ ଭକ୍ତ। ଗତ ଶନିବାର ମଧ୍ୟାହ୍ନରୁ କାଉଡିଆ ଭକ୍ତମାନେ ଧାଡିରେ ଯାଇ ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଶୌବପୀଠ ତଥା ବାବା ଗୁପ୍ତେଶ୍ବରଙ୍କ ଚଳନ୍ତି ପ୍ରତିମା ଉପରେ ଜଳଲାଗି କରିଥିଲେ। ଏପରିକି କାଉଡିଆଙ୍କ ବୋଲ ବମ ହରହର ବମ ଧ୍ବନିରେ ପ୍ରକମ୍ଫିତ ହୋଇ ଉଠିଥିଲା ସମଗ୍ର ଗୁପ୍ତେଶ୍ବର ପୀଠ। ହଜାର ହଜାର କାଉଡିଆ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୀଠରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ଯବସ୍ଥା କରାଯାଇଥିଲା। ମନ୍ଦିର ଠାରୁ ୩୦୦ ମିଟିର ପର୍ଯ୍ଯନ୍ତ କାଉଡିଆ ଭକ୍ତମାନେ ଲମ୍ବାଲାଇନରେ ଠିଆ ହୋଇ ବାବାଙ୍କ ମନ୍ଦିର ଭିତରକୁ ଯାଉଥିବାର ଦେଖିବାକୁ ମିଳିଛି !ଏପଟେ ଶୃଙ୍ଖଳିତ ଜଳଲାଗି ପାଇଁ ସ୍ବତନ୍ତ୍ର ବ୍ୟାରିକେଡ ସହ ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଅଧିକ ସଂଖ୍ୟକ କାଉଡିଆ ଭକ୍ତଙ୍କ ସମାଗମ ହୋଇଥିବାରୁ ଜଳାଲାଗି ସମୟରେ ଦୀର୍ଘଘଣ୍ଟା ଧରି ଠେଲାପେଲା ଲାଗି ରହିଥିଲା।ପ୍ରାୟ ୩୦ ହଜାରରୁ ଉର୍ଦ୍ଧ କାଉଡିଆଙ୍କ ଗହଳି ଗୁପ୍ତେଶ୍ବର ପୀଠରେ ପରିଲକ୍ଷିତ ହୋଇଛି !


