ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଡକାୟତି ଘଟଣା: ତିନ ଗିରଫ

ବାଲେଶ୍ବର(ସରୋଜ ପଣ୍ଡା): ଗତ ଜୁଲାଇ 14 ତାରିଖ ସଦର ଥାନା ଅନ୍ତର୍ଗତ ରସାଳପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ସଶସ୍ତ୍ର ଡକାୟତି ଘଟଣାର ପୋଲିସ ମୁଖ୍ୟ ଅଭିଯୁକ୍ତ ସମେତ ତିନି ଜଣକୁ ଗିରଫ କରିଛି।ଏହି ଡକାୟତି ଘଟଣାର ମୋଟ ସାତ ଜଣ ଅଭିଯୁକ୍ତ ଥିବା ବେଳେ ଚାରି ଜଣ ଫେରାର ରହିଛନ୍ତି।ଫେରାର ଅଭିଯୁକ୍ତ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଆଜି ଏସପିଙ୍କ ସମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବଜ୍ୟୋତି ଦାଶ।ଗିରଫ ମୁଖ୍ୟ ଅଭିଯୁକ୍ତ ହେଲେ ପଶ୍ଚିମବଙ୍ଗ ସାଉଥ୍ 24 ପ୍ରଗଣା କାଶୀପୁର ଥାନା ଦକ୍ଷିଣ ବାମୁନିଆ ର ବାପି ମୋଲ୍ଲା ଓରଫ ଓକ୍ୟାବୁଲ ହକ୍, ପଶ୍ଚିମବଙ୍ଗ ନର୍ଥ ୨୪ ପ୍ରଗଣା ସନ୍ଦେଶଖଲି ଥାନା ରାମପୁର ଗ୍ରାମର ଜୋହାନ ଅଲି ମୋଲ୍ଲା ଏବଂ ଅନ୍ୟଜଣେ ଖନ୍ତାପଡା ଥାନା ଇଞ୍ଚୁଡ଼ିପାହି ର ସତ୍ୟବାନ ରଣା।ଅଭିଯୁକ୍ତ ଯୋହାନ ଅଲି ମୋଲ୍ଲା ବାଲେଶ୍ଵର ସଦର ଥାନା କୁସୁମୁଳିପାହି ଠାରେ ଭଡ଼ା ଘରେ ରହୁଥିବା ବେଳେ ବାହାରୁ ଅଭିଯୁକ୍ତ ମାନଙ୍କୁ ଆଣି ପାଖରେ ରଖି ଏହି ଡକାୟତି ରେ ସାମିଲ ଥିବା ନେଇ ସୂଚନା ଦେଇଥିଲେ।ଏହି ଡ଼କାୟତିରେ ବ୍ୟାଙ୍କରୁ ମୋଟ 2 ଲକ୍ଷ 13 ହଜାର 310 ଟଙ୍କା କ୍ୟାସ ରୁ ଡକାୟତି କରିଥିବା ବେଳେ ଜଣକ 30 ହଜାର ଟଙ୍କା ଲେଖାଏଁ ଭାଗ ପଡିଥିଲା ବୋଲି ପୋଲିସ ପଚରା ଉଚରା ପରେ ସ୍ୱୀକାର କରିଥିଲେ ବୋଲି ପୋଲିସ ସୂଚନା ଦେଇଛି।ଗିରଫ ଅଭିଯୁକ୍ତଙ୍କ ଠାରୁ 7 ହଜାର ଟଙ୍କା ଓ ତାର କଟର,ଦୁଇଟି ମୋବାଇଲ ଫୋନ ଜବତ କରାଯାଇଛି।ଗିରଫ ତିନି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବା ନେଇ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଦାଶ ସୂଚନା ଦେଇଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ସଦର ଥାନା ଆଇଆଇସି ଅଜୟ ମୁର୍ମୁ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ