୫ରେ ଶ୍ରୀବଳଦେବଜୀଉଙ୍କ ଦର୍ଶନ ୪ଘଣ୍ଟା ବନ୍ଦ ରହିବ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉ ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର ନିମନ୍ତେ ଚାରି ଘଣ୍ଟା ଧରି ଶ୍ରୀ ଜୀଉଙ୍କ ଦର୍ଶନ ବନ୍ଦ ରହିବ। ୫ତାରିଖ ବୁଧବାର ଦିନ ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର ନୀତି ଅନୁଷ୍ଠିତ ହେବ। ଏହି କାର୍ଯ୍ୟ ଚିତ୍ରକର ସେବାୟତଙ୍କ ଦ୍ୱାରା ଅନୁଷ୍ଠିତ ହେବ। ଜୟ ମଙ୍ଗଳା ଆଳତି ସମ୍ପନ୍ନ ପରେ ଚିତ୍ରକର ସେବାୟତ ରତ୍ନ ସିଂହାସନକୁ ଯାଇ ଏହି ସେବା କାର୍ଯ୍ୟ କରିବେ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସେହି ସମୟରେ ସର୍ବ ସାଧାରଣ ଦର୍ଶନ ସକାଳ ସାତଟାରୁ ଏଗାର ଟା ଚାରି ଘଣ୍ଟା ଧରି ବନ୍ଦ ରହିବ ବୋଲି ଦେବୋତ୍ତର ନ୍ୟାସର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି।


