ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଦାବିପତ୍ର
ଭଞ୍ଜନଗର,(ସନ୍ତୋଷ କୁମାର ଜେନା) : ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି, ଭଞ୍ଜନଗର ବ୍ଲକ ତରଫରୁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ମାନ୍ୟବର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ବିଭିନ୍ନ ଦାବୀ ଉପରେ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି l ଏଥିରେ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ଅନୁଦାନ, ଚାକିରୀ ସର୍ତ୍ତlବଳୀ ସହ ପେନସନ ପ୍ରଦାନ, ପୂର୍ଣ୍ଣ ଅନୁଦାନ ବିଦ୍ୟାଳୟ ଗୁଡିକୁ ଶିକ୍ଷକ, ଶିକ୍ଷlକର୍ମଚାରୀ ନିଯୁକ୍ତି ସହିତ ସରକାରୀକରଣ, ନୂତନ ପେନସନ ପରିବର୍ତ୍ତେ ପୁରାତନ ପେନସନ ପୁନଃ ପ୍ରଚଳନ ଉପରେ ଦର୍ଶା ଯାଇଛି l ଏଥିରେ ଜିଲ୍ଳା ଓଷ୍ଟା ସଭାପତି ଦିଲ୍ଲୀପ କୁମାର ପ୍ରଧାନ, ବ୍ଲକ ସଭାପତି ଉମାକାନ୍ତ ନାହାକ, ସମ୍ପାଦକ ସତ୍ୟବାନ ସାହୁ, ଶିକ୍ଷକ ନେତା ଜଗବନ୍ଧୁ ଜେନା, ସନ୍ତୋଷ କୁମାର ଜେନା, ଗୌରୀନନ୍ଦନ ହୋତ୍ତା, କାମରାଜୂ ଗୌଡ଼, ଅମର ବିଳାସ ବେହେରା,ପ୍ରଦୀପ କୁମାର ଗୌଡ଼, ରାମଚନ୍ଦ୍ର ସାହୁ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଯୋଗ ଦେଇ ଦାବୀ ପ୍ରଦାନ କରିଥିଲେ l


