ଅନୁଦାନ ପ୍ରାପ୍ତ ଶିକ୍ଷକଙ୍କ ଦାବି ପୂରଣରେ ଟାଳ ଟୁଳ ନିତୀ, ପ୍ରତିବାଦରେ ଆନ୍ଦୋଳନ ଧମକ
ଗୁଣପୁର,(ୱାଇଏନଏସ):ବର୍ତ୍ତମାନ ରାଜ୍ୟ ସରକାର ଅନୁଦାନ ପ୍ରାପ୍ତ ଶିକ୍ଷକ ମାନଙ୍କ ମୌଳିକ ଦାବି ପୁରଣ କରିବାରେ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ କରାଯାଇଛି। ଦାବି ଗୁଡିକ ପୁରଣ ନକଲେ ଶିକ୍ଷକ ମାନେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି। ଏହି ଅବସରରେ ଆଜି ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଫାଇନାନସ ଅଫିସର କେଦାର ଚନ୍ଦ୍ର ନାୟକଙ୍କ ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଦାବି ଗୁଡିକ ମଧ୍ୟରେ ଚାକିରୀ ସର୍ତ୍ତାବଳୀ ଲାଗୁ କରିବା, ପୁରୁଣା ପେନସନ ପ୍ରଦାନ, ଅବସର ସୀମା ୬୨କୁ ବୃଦ୍ଧି, ଅନୁଦାନ ପ୍ରାପ୍ତ ସ୍କୁଲ ମାନଙ୍କରେ ଖାଲି ପଡିଥିବl ପଦବୀ ପୂରଣ କରିବା ଇତ୍ୟାଦି ରହିଛି। ରାଜ୍ୟ ସରକାର ଦାବି ଗୁଡିକୁ ଆଡେଇ ଦେଇ କମିଟି କରି ସ୍କୁଲ ଓ କଲେଜ କର୍ମଚାରୀ ମାନଙ୍କୁ ଫାଙ୍କୁ ଥିବା ପ୍ରତିବାଦରେ ଅନୁଦାନ ପ୍ରାପ୍ତ ସ୍କୁଲ ଓ କଲେଜ କର୍ମଚାରୀ ମାନେ ବର୍ତ୍ତମାନ ଆନ୍ଦୋଳନ ନିମନ୍ତେ ସଜବାଜ ହୋଇଛନ୍ତି। ଆଜିର କାର୍ଯ୍ୟକ୍ରମରେ ଗlଦିଆଖଳା, ଘନାନ୍ତ୍ରୀ, ଚିନାସାରି, ରେଗେଡା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ମାନେ ବିକ୍ଷୋଭ ରେ ସାମିଲ ହୋଇଥିଲେ। ଆସନ୍ତା ୭ ତାରିଖ ରେ ଜିଲ୍ଲା ଶିକ୍ଷାଧିକାରୀ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଗଷ୍ଟ ୧୬ ତାରିଖରେ ରାଜ୍ୟର ସମସ୍ତ ଅନୁଦାନ ପ୍ରାପ୍ତ ଶିକ୍ଷକ କର୍ମଚାରୀ ଦାବୀ ପୂରଣ ପର୍ଯ୍ୟନ୍ତ ଅହୋରାତ୍ର ଧାରଣା ଦେବେ ବୋଲି ଶିକ୍ଷକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।


