ଅବସରପ୍ରାପ୍ତ ମୁଖ୍ୟ କିରାଣୀ ସୁରେନ୍ଦ୍ର ରାଉତଙ୍କ ସ୍ମୃତିସଭା
ହାଟଡିହି (ଓ୍ବାଇଏନଏସ): ହାଟଡିହି ତହସିଲର ପୂର୍ବତନ ମୁଖ୍ୟ କିରାଣୀ ସୁରେନ୍ଦ୍ର ରାଉତଙ୍କ ସ୍ମୃତିସଭା ବଞ୍ଚୋ ବାସଭବନରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ପୂର୍ବତନ ବିଧାୟକ ଭାଗିରଥି ସେଠୀ, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଡ଼. ଅଶୋକ ପୁହାଣ, ବିଜେପି ନେତା ଆଲୋକ ସେଠୀ, ରାମଚନ୍ଦ୍ର ସାହୁ, ବିଜେପି ଜିଲ୍ଲା ଉପସଭାପତି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ବଞ୍ଚୋ ସରପଞ୍ଚ ପ୍ରଶାନ୍ତ କୁମାର ରାଉତ, ଶରତ କୁମାର ସେଠୀ, ସନାତନ ଦାସ, ଆଶିଷ କୁମାର ଚକ୍ର, ମନୋରଞ୍ଜନ ପାଣିଗ୍ରାହୀ, ପୂର୍ବତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣ, ମଧୁସୂଦନ ରାଉତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତ ସୁରେନ୍ଦ୍ର ରାଉତଙ୍କ ସ୍ମୃତି ଚାରଣ କରିଥିଲେ। ସେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ହାଟଡିହି ତହସିଲରେ କାର୍ଯ୍ୟକରି ଲୋକଙ୍କ ଶ୍ରଦ୍ଧାଭାଜନ ହୋଇପାରିଥିଲେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ବିଦ୍ୟାଧର ରାଉତ, ନରେନ୍ଦ୍ର ରାଉତ, ଗଜେନ୍ଦ୍ର କୁମାର ରାଉତ, ମମତା ରାଉତ , ସବିତା ରାଉତ, ଅନିତା ରାଉତ, ରଞ୍ଜିତା ରାଉତ , ନମିତା ରାଉତ, ଦେବେନ୍ଦ୍ର ଜେନା, ପ୍ରଶାନ୍ତ କୁମାର ମଲ୍ଲିକ, ବିଧୁ ଭୂଷଣ ପୁହାଣ, ସୁଶାନ୍ତ କୁମାର ବିଶ୍ୱାଳ, ପ୍ରିୟବ୍ରତ ଘଡେଇ, ତନ୍ମୟ ରାଉତ, ବିଶ୍ୱ ରଞ୍ଜନ ରାଉତ, ଚିନ୍ମୟ ରାଉତ, ସୁମିତ ରାଉତ, ବିନୟ ରାଉତ, କୁଳମଣି ନାୟକ, ରୀନାରାଣୀ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ତାଙ୍କ ଆମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ଥିଲା।


