ମୁଣ୍ଡାଳର ଦୁଇ ଆଇନଜୀବୀଙ୍କ ବାଡ଼ିରେ ଫୁଟିଲା ବ୍ରହ୍ମକମଳ
ନାଉଗାଁ (ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ମୁଣ୍ଡାଳ ଗ୍ରାମର ଦୁଇ ଆଇନଜୀବୀ ଙ୍କ ବାଡ଼ିରେ ଫୁଟିଲା ଜଗନ୍ନାଥଙ୍କ ପ୍ରିୟ ଫୁଲ ବ୍ରହ୍ମ କମଳ | ମୁଣ୍ଡାଳ ବଜାର ନିକଟରେ ଆଇନଜୀବୀ ପ୍ରମୋଦ ସ୍ୱାମୀ ଙ୍କ ବାଡ଼ିରେ ଦୁଲ୍ଲଭ ଫୁଲ ବ୍ରହ୍ମକମଳ ବୁଧବାର ବିଳମ୍ବିତ ରାତିରେ ଫୁଟିଛି | ଶ୍ରୀ ସ୍ୱାମୀ ପେସାରେ ଆଇନଜୀବୀ କିନ୍ତୁ ନିଶା ବାଡ଼ିରେ ଏବଂ ଘରର ଛାତ ଉପରେ ବିଭିନ୍ନ ପ୍ରକାର ଔଷଧୀୟ ଗଛ, ଫୁଲ ଗଛ , ପନିପରିବା ଆଦି ଗଛ ଲଗାଇ ତାର ଯତ୍ନ ନେବା | ଯାହା ଆଜି ତାର ଫଳ ପାଇଛନ୍ତି ବୋଲି ପ୍ରତିକ୍ରିୟା ରେ କହିଛନ୍ତି | ସେହିପରି ଉକ୍ତ ଗ୍ରାମର ଆଇନଜୀବୀ ଗୌରୀ ଶଙ୍କର ସେଠୀ ଙ୍କ ବାଡ଼ିରେ ମଧ୍ୟ ଏହି ଦୁଲ୍ଲଭ ଫୁଲ ବ୍ରହ୍ମ କମଳ ବୁଧବାର ରାତିରେ ଫୁଟି ଥିବାର ଦେଖି ଉଭୟ ସଙ୍ଗେ ସଙ୍ଗେ ନିଷ୍ଠାର ସହକାରେ ସ୍ନାନ କରି ଘରେ ଥିବା ଜଗନ୍ନାଥ ଙ୍କ ପାଖରେ ଭକ୍ତିର ସହକାରେ ଲଗାଇ ଆନନ୍ଦିତ ହୋଇଥିଲେ | ତାଙ୍କ ଜୀବନ ସାର୍ଥକ ହୋଇଗଲା ବୋଲି ଉଭୟ ପ୍ରତିକ୍ରିୟା ରେ ଜଣାଇ ଥିଲେ | ସେହି ବ୍ରହ୍ମ କମଳ ଫୁଲକୁ ଦେଖିବା ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି |


