ଦେଶୀ ବନ୍ଧୁକ ନିର୍ମାଣ କାରଖାନା ଠାବ

ବୁଗୁଡ଼ା, (ଅନୀଲ କୁମାର ମହାରଣା) : ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ବୁଗୁଡ଼ା ପୋଲିସ ଥାନା ଅଧିନସ୍ଥ ବାଲିପଦର ଫାଣ୍ଡି ପୋଲିସକୁ ମିଳିଛି ବଡ଼ ସଫଳତା। ବାଲିପଦର ପୋଲିସ ଦ୍ୱାରା ଗାଙ୍ଗପୁର ଥାନା ଅଞ୍ଚଳରୁ ଏକ ଦେଶୀ ବନ୍ଧୁକ କାରଖାନା ଠାବକରି ବନ୍ଧୁକ ନିର୍ମାଣ ସରଞ୍ଜାମ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରି ଦୁଇଟି ଦେଶୀ ବନ୍ଧୁକ ମଧ୍ୟ ଜବତ କରିଛନ୍ତି। ଗତ କାଲି ଅର୍ଥାତ ଅଗଷ୍ଟ ପାଞ୍ଚ ତାରିଖ ରାତ୍ରରେ ବାଲିପଦର ଫାଣ୍ଡି ଓଆଇସି କେ.ନୀଳାଦ୍ରି ରେଡ୍ଡୀ ପୋଲିସ ବାହୀନ ସହ ନାଇଟ ପେଟ୍ରୋଲିଙ୍ଗ କରିବା ସମୟରେ ବାଲିପଦର ଫାଣ୍ଡି ଇଲାକାର ଝୋଲରି ଓ ପାଙ୍ଗିଡି ମଧ୍ୟରେ ଦୁଇ ଜଣଙ୍କୁ ଦେଖିବା ପରେ ସନ୍ଦେହ କରି ପିଛାକରି ସେ ଦୁହିଁଙ୍କ ଠାରୁ ଦୁଇଟି ବନ୍ଧୁକ ଜବତ କରି ଗିରଫ କରିଥିଲେ। ଫାଣ୍ଡିରେ ସେ ଦୁହିଁଙ୍କୁ କେଉଁଠାରୁ ବନ୍ଧୁକ ଆଣିଥିବା ପଚାରିବା ବେଳେ ସେମାନେ ବନ୍ଧୁକ ନିର୍ମାଣ କରୁଥିବା ପ୍ରକାଶ କରିଥିଲେ। ବୁଗୁଡ଼ା ଥାନା ଆଇଆଇସି ଙ୍କ ନିର୍ଦ୍ଦେଶ କ୍ରମେ ବାଲିପଦର ଓଆଇସି ଶ୍ରୀ ରେଡ୍ଡୀ ନିଜ ପୋଲିସ ବାହିନୀ ସହ ଗାଙ୍ଗପୁର ପୋଲିସ ଥାନା ଅଞ୍ଚଳରେ ଦେଶୀ ବନ୍ଧୁକ କାରଖାନା ଠାବ କରି ବନ୍ଧୁକ ନିର୍ମାଣ ପାଇଁ ବ୍ୟବହୃତ ବହୁ ସରଞ୍ଜାମ ଜବତ କରି ଆଣିଥିଲେ। ଏନେଇ ବୁଗୁଡ଼ା ପୋଲିସ ଥାନା କେସ ନମ୍ବର ୩୮୧ /୨୬ ପ୍ରକାରେ ଏକ ମାମଲା ରୁଜୁ ହୋଇ ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ପୋଲିସ ଥାନା ଅନ୍ତର୍ଗତ ଜାଦପଲ୍ଲି ଗ୍ରାମର ସୁବାସ ଗମାଙ୍ଗ(୩୫) ଓ ବିଦୁ ଦଳବେହେରା(୫୦) ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଆଜି ୦୬/୮/୨୬ ତାରିଖ ଦିନ ବୁଗୁଡ଼ା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା, ବାଲିପଦର ଫାଣ୍ଡି ଓଆଇସି କେ ନୀଳାଦ୍ରି ରେଡ୍ଡୀ ଓ ଅନ୍ୟାନ୍ୟ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଭଞ୍ଜନଗର ଏସଡିପିଓ ଡକ୍ଟର ଦୀପକ କୁମାର ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ଏହା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ