ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷରୋପଣ

ହାଟଡିହି (ଓ୍ବାଇଏନଏସ): ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧିର ବାର୍ତ୍ତା ନେଇ ସମ୍ବାଦ ସାହିତ୍ୟ ଘର, ହାଟଡିହି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି। ବଡରମ୍ପାସ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ସଂଯୋଜକ କିଶୋର ଆଚାର୍ଯ୍ୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଏବିଇଓ ପୂର୍ଣଚନ୍ଦ୍ର ଜେନା, ବଡ ରମ୍ପାସ ରାଜସ୍ୱ ନିରୀକ୍ଷକ ନିବେଦିତା ସାହୁ, ପ୍ରଧାନଶିକ୍ଷକ ଡମ୍ବରୁଧର ଦେହୁରୀ, ବଡ ରମ୍ପାସ ପଞ୍ଚାୟତର ସରପଞ୍ଚ ରବୀନ୍ଦ୍ର କୁମାର ଜେନା, ସାହିତ୍ୟ ଘରର ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ, ସହ ସମ୍ପାଦକ ନାରାୟଣ ସାହୁ, ବରିଷ୍ଠ ଉପଦେଷ୍ଟା ଅଧ୍ୟାପକ ସୁବାସ ପାତ୍ର, ପ୍ରଧାନଶିକ୍ଷକ ଅଜୟ କୁମାର ଜେନା, ଶିକ୍ଷୟତ୍ରୀ ଅନୁପମା ସା, ସମାଜସେବୀ ସତ୍ୟଭୂଷଣ ସାହୁଙ୍କ ସମେତ ସାହିତ୍ୟିକ, କବି, ଲେଖକ ଓ ସାହିତ୍ୟ ଘରର ସଦସ୍ୟମାନେ ଏଥିରେ ସାମିଲ ହୋଇ ବିଭିନ୍ନ ପ୍ରକାରର ୩୦ରୁ ଉର୍ଦ୍ଧ ଚାରାରୋପଣ କରିଥିଲେ। ପରିବେଶର ସନ୍ତୁଳନ ରକ୍ଷା ପାଇଁ ବୃକ୍ଷର ଗୁରୁତ୍ୱ ଅତ୍ୟନ୍ତ ଅଧିକ। କେବଳ ଚାରାରୋପଣ ନୁହେଁ, ରୋପଣ କରାଯାଇଥିବା ଚାରାଗୁଡ଼ିକର ଯତ୍ନ ନେଇ ତାହାକୁ ବଡ଼ କରିବା ଆବଶ୍ୟକ ବୋଲି ଉପସ୍ଥିତ ଅତିଥି ମାନେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ଆଗାମୀ ଦିନରେ ମଧ୍ୟ ପରିବେଶ ସୁରକ୍ଷା ଓ ସାମାଜିକ ସଚେତନତାମୂଳକ କାର୍ଯ୍ୟକ୍ରମ ଜାରି ରଖିବାକୁ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଆହ୍ୱାନ ଦିଆଯାଇଥିଲା। ସାମ୍ବାଦିକ ପାର୍ଥ ସୌରଭ ସା, ନାରାୟଣ ଚନ୍ଦ୍ର ଓଝା, ମିନାକ୍ଷୀ ସାହୁ, କିରଣ ବାଳା ମଲ୍ଲିକ, ହୃଷିକେଶ ପଣ୍ଡା ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ