ବ୍ଲକରେ ବିକାଶ କାର୍ଯ୍ୟରେ ଦୁର୍ନୀତି ଓ ବିଡ଼ିଓଙ୍କ ମନମୁଖୀ କାର୍ଯ୍ୟକୁ ନେଇ ବିଜେଡିର ବିରୋଧ

କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢୀ ) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ବିକାଶ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଓ ବିଡ଼ିଓଙ୍କ ମନମୁଖୀ କାର୍ଯ୍ୟ କଲାପକୁ ନେଇ ବିଜେଡି ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି।ବିଜେଡି  ଜିଲ୍ଲା ସଭାପତି ଜଗନ୍ନାଥ ସରକାଙ୍କ ନେତୃତ୍ୱରେ ଶତାଧିକ କର୍ମୀଙ୍କ ଉପସ୍ଥିତୀରେ ଉପଜିଲ୍ଲାପାଳଙ୍କୁ ଏହି ଅଭିଯୋଗ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଦୁଇଟି ଜିଲ୍ଲାପରିଷଦ ସଭାପତି ସରସ୍ବତୀ ମାଝୀ ଏଥିରେ ଜିଲ୍ଲାପରିଷଦ ଅଧ୍ଯକ୍ଷା ସରସ୍ଵତୀ ମାଝୀ, ବ୍ଳକ ଅଧ୍ଯକ୍ଷା ଅମ୍ରିତା କାଡ୍ରାକା, ଜିଲ୍ଲାପରିଷଦ କ ଜୋନ ବି ଦ୍ୱାରା ପ୍ରସାଦ ରାଓ, ଖ ଜୋନର ଭୂମି ଗୌରିଦେବି, ବ୍ଲକ ସଭାପତି ସୁନ୍ଦରରାଓ ବାଗ ଏଥିରେ ଜିଲ୍ଲାପରିଷଦ ଅଧ୍ଯକ୍ଷା ସରସ୍ଵତୀ ମାଝୀ, ବ୍ଳକ ଓ ଅଧ୍ଯକ୍ଷା ଅମ୍ରିତା କାଡ୍ରାକା, ଜିଲ୍ଲାପରିଷଦ କ ଜୋନ ବି ଦ୍ୱାରା ପ୍ରସାଦ ରାଓ, ଖ ଜୋନର ଭୂମି ଗୌରିଦେବି, ବ୍ଲକ ବିଜେଡି ସଭାପତି ସୁନ୍ଦରାଓ ବାଗ,କାର୍ଯ୍ୟକାରିଣୀ ସଭାପତି ଜି. ଗୌରୀ ଶଙ୍କର, ବ୍ଲକ ଉପାଧ୍ଯକ୍ଷା ଡମ୍ବରୁ କଞ୍ଜକା,କାର୍ଯ୍ୟକାରିଣୀ ସଭାପତି ଜି. ଗୌରୀ ଶଙ୍କର ଉପସ୍ଥିତରେ ସରପଞ୍ଚ, ସମିତି ସଦସ୍ୟ ଓ ୱାର୍ଡ ସଦସ୍ୟଙ୍କ ଅଜାଣତରେ ବିଡ଼ିଓ ମନମୁଖୀ କାର୍ଯ୍ୟ ର୍ଯ୍ୟ କରୁଥିବା ନେଇ ଆଜି ବିଜେଡି ଦଳ ପକ୍ଷରୁ ଲିଖୁତ  ଅଭିଯୋଗ କରିଥିବା ଦେଖିବାକୁ ମିଳିଛି । ଆଜି  ବ୍ଲକ ବିଜେଡି ଦଳର ସମସ୍ତ କର୍ମୀ, ନେତା ଏକତ୍ରିତ ହୋଇ ବିଡ଼ିଓ ମନୀଷା ଦାସଙ୍କୁ ଲିଖିତ ପତ୍ର ପ୍ରଦାନ କରିବା ପାଇଁ ଯାଇଥିଲେ। ବିଡ଼ିଓ ଅନୁପସ୍ଥିତ ରହିଥ‌ିବା ଯୋଗୁଁ   ଉପଜିଲ୍ଲାପାଳ ରମେଶ କୁମାର ଜେନାଙ୍କ ଉପସ୍ଥିତରେ ପ୍ରଦାନ କରାଯାଇଛି। ଉପଜିଲ୍ଲାପାଳ ଶ୍ରୀ ଜେନା କହିଛନ୍ତି ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ସମସ୍ୟାର ସମାଧାନ କରାଯିବ ବୋଲି କହିଥିବା ବିଜେଡି କର୍ମୀ ମାନେ କହିଛନ୍ତି । ବ୍ଲକର ୧୪ଟି  ଗ୍ରାମପଞ୍ଚାୟତର ଜନସାଧାରଣ ପଞ୍ଚାୟତ ନିର୍ବାଚନରେ  ଅଞ୍ଚଳର ସମସ୍ୟା ଓ ଉନ୍ନୟନ ମୂଳକ କାର୍ଯ୍ୟଗୁଡିକ ଠିକ ଭାବେ ଚଳାଇନେବେ ବୋଲି ଆମ୍ଭମାନଙ୍କୁ ନିର୍ବାଚିତ କରିଛନ୍ତି।ଗ୍ରାମପଞ୍ଚାୟତର ସମସ୍ତ ଗ୍ରାମରେ ଆବଶ୍ୟକ ଥିବା କାର୍ଯ୍ୟ ଗୁଡିକ ପଲ୍ଲିସଭା ଓ ଗ୍ରାମସଭା ମାଧ୍ଯମରେ ତାଲିକା ପ୍ରସ୍ତୁତ କରାଯାଇ ସେହି ଅନୁସାରେ ସରକାର ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ତାଲିକା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଧେଶନାମା ଦେଲେ। ସରକାରଙ୍କ ନିୟମ ଅନୁସାରେ  ସମସ୍ତ ସରପଞ୍ଚ, ଜି ଲ୍ଲାପରିଷଦ ସଦସ୍ୟ, ସମିତି ସଭ୍ୟ ସଭ୍ୟା ଯୋଜନାର ତାଲିକା ପ୍ରସ୍ତୁତ କରି ବିଡ଼ିଓଙ୍କୁ ପ୍ରଦାନ କରିଥିଲେ ମଧ୍ୟ ଦୁଇ ବର୍ଷ ହେବ ଆଉ କାର୍ଯ୍ୟ କରାଯାଉନି ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଅଭିଯୋଗ କରିଛନ୍ତି। ତାଲିକା ଅନୁସାରେ ସରକାରଙ୍କ ତରଫରୁ ଅର୍ଥ ମଞ୍ଜୁର ହୋଇ ଆସିବା ପରେ ନିର୍ବାଚନ ପ୍ରତିନିଧିତ୍ବ କରୁଥିବା ସରପଞ୍ଚ, ଦୁଇ ଜିଲ୍ଲାପରିଷଦ ସଦସ୍ୟ, ସମିତି ସଭ୍ୟ ସଭ୍ୟା ମାନଙ୍କ ଅଜାଣତରେ ବିଡ଼ିଓ ଓ ସହକାରୀ ଯନ୍ତ୍ରୀ ନିଜସ୍ଵ ଇଚ୍ଛାରେ କାର୍ଯ୍ୟ କରାଯାଉଥିବା ବ୍ୟାପକ ଦୁର୍ନୀତି ହେଉଛି। ବିଡ଼ିଓ ଶ୍ରୀମତୀ ଦାସ କାହା ନିର୍ଦ୍ଦେଶରେ ଏହି ପ୍ରକାର କରୁଛନ୍ତି ତାହା ଆମେ ଜାଣିପାରୁନାହୁଁ ବୋଲି ଅଭିଯୋଗ କରିଛନ୍ତି।ବିଡ଼ିଓ ଓ ସହକାରୀ ଯନ୍ତ୍ରୀ କାର୍ଯ୍ୟନିର୍ବାହୀ ଅଧିକାରୀ ଯନ୍ତ୍ରୀ କୌଣସି ବିଷୟରେ ନ ଜଣାଇ ଦଳୀୟ ମନଭାବ ରଖ୍ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦେଇ କାର୍ଯ୍ୟ କରୁଥିବା ଜଣାପଡୁଛି। ଆଲୋଚନା ମାଧ୍ୟମରେ ବ୍ଲକର ବିକାଶ କାର୍ଯ୍ୟ କରିବା ବ୍ୟବସ୍ଥା କରାଯାଉ ବୋଲି ପଞ୍ଚାୟତ ପ୍ରତିନିଧି ମାନେ ଅଡ଼ି ବସିଥିଲେ।ଆଲୋଚନା ମାଧ୍ୟମରେ ଉନ୍ନୟନମୂଳକ କାର୍ଯ୍ୟ କରା ନଯାଏ ତାହା ହେଲେ ଆମ୍ଭେ ସମସ୍ତ ସରପଞ୍ଚ, ଦୁଇ ଜିଲ୍ଲାପରିଷଦ ସଦସ୍ୟ, ସମିତି ସଭ୍ୟ ସଭ୍ୟା ମାନେ କାର୍ଯ୍ୟ କରାଯାଉଥ‌ିବା କାର୍ଯ୍ୟ ବିଡ଼ିଓ ଓ ନିର୍ବାହୀ ଯନ୍ତ୍ରୀ ମାନଙ୍କୁ ବିରୋଧ କରିବୁ ବୋଲି କହିବା ସହ ଲିଖିତ ଅଭିଯୋଗ କରିଛନ୍ତି। ଦୁଇବର୍ଷ ହେବ ବ୍ଲକରେ ସମିତି ବୈଠକ ହୋଇନାହିଁ। ସମିତି ଅଧ୍ଯକ୍ଷା ଅମ୍ରିତା କାଡ୍ରାକା ବିଡ଼ିଓଙ୍କୁ ଚିଠି କରିଥିଲେ ମଧ୍ୟ ଦୁଇବର୍ଷ ହେବ ସମିତି ବୈଠକ ହୋଇନାହିଁ। କେବଳ ସେ ମନମୁଖୀ ସାଶନ କରୁଥିବା ବିଜେଡି ଦଳ ପକ୍ଷରୁ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ