ଆମ ପୋଲିସ ସମିତି ବୈଠକ

ନାଉଗାଁ (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ସମ୍ମିଳନୀ କକ୍ଷରେ ଶନିବାର ପୋଲିସ ପ୍ରଶାସନ ପକ୍ଷରୁ ଆମ ପୋଲିସ ସମିତି ବୈଠକ, ସାଇବର ସୁରକ୍ଷା ସଚେତନତା ଅଭିଯାନ ଏବଂ ବରିଷ୍ଠ ନାଗରିକଙ୍କୁ ବରିଷ୍ଠ ନାଗରିକ ପରିଚୟ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏସଡିପିଓ ଦିବ୍ୟ ରଂଜନ ନାଥଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଥାନାଧିକାରୀ ଦେବାଶିଷ ପଣ୍ଡା ଯୋଗ ଦେଇ ସାଇବର ଅପରାଧ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସଂପର୍କ ରହିଲେ ଅପରାଧ ନିୟନ୍ତ୍ରଣ ହୋଇପାରିବ ବୋଲି ଏସଡିପିଓ ନାଥ ମତବ୍ୟକ୍ତ କରିଥିଲେ। ସେହିପରି ବିଭିନ୍ନ ସମୟରେ ସାଇବର ଠକ୍ ମାନେ କିପରି ଜନସାଧାରଣଙ୍କୁ ଲୁଟୁଛନ୍ତି ସମସ୍ତ ଜନସାଧାରଣ ସେବିଷୟରେ ଅବଗତ ହେବା ଜରୁରୀ। କୌଣସି ବ୍ୟକ୍ତିଙ୍କ ନିକଟରୁ ଅଜଣା କଲ,ମ୍ୟାସେଜ କିମ୍ବା ଠକେଇର ଶିକାର ହେଲେ ସଙ୍ଗେ ସଙ୍ଗେ ପୋଲିସର ସହାୟତା ନେବାକୁ ପରାମର୍ଶ ଦେଇଥିଲେ। ପରେ ବରିଷ୍ଠ ନାଗରିକମାନଙ୍କୁ ବରିଷ୍ଠ ନାଗରିକ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା। ପରେ ପ୍ରତି ପଂଚାୟତରେ ପରିବେଶ ସୁରକ୍ଷା,ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ କାର୍ଯ୍ୟକ୍ରମମାନ ହାତକୁ ନିଆଯିବାର ସ୍ଥିର କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆମ ପୋଲିସ ସମିତିର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ