ନାହିଁ ବସ ଷ୍ଟାଣ୍ଡ, ରାଜପଥରେ ପାର୍କିଂ କରୁଛନ୍ତି ଆମ ବସ୍

ହାଟଡିହି,(ଓ୍ବାଇଏନଏସ): ଗ୍ରାମାଞ୍ଚଳ ମାନଙ୍କରୁ ଲୋକମାନେ ସୁବିଧା ଏବଂ ସହଜରେ ବ୍ଲକ ହେଡ଼କ୍ଵାଟରକୁ ଆସିବା ପାଇଁ ସରକାର ଆମ ବସ ବ୍ୟବସ୍ଥା କରିଥିଲେ l କିନ୍ତୁ ଆମ ବସ ଗୁଡିକର ପାର୍କିଂ ସ୍ଥାନ ପ୍ରତି କେହି ଦୃଷ୍ଟି ନଦେବା ବଡ଼ ପରିତାପର ବିଷୟ ସାଜିଛି l କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଞ୍ଚଳରେ ଆମ ବସ ପାଇଁ ପାର୍କିଂ ସୁବିଧା ଉପଲବ୍ଧ ନାହିଁ l ଆମ ବସ ଗୁଡିକ ଆନନ୍ଦପୁର -ଭଦ୍ରକ ୫୩ ନଂ ରାଜ୍ୟ ରାଜପଥର ବ୍ଲକ ସମ୍ମୁଖରେ ଆମ ବସ ଗୁଡିକ ପାର୍କିଂ କରୁଛନ୍ତି l ଫଳରେ ଅନେକ ସମୟରେ ନାନା ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି l ଏଥିପ୍ରତି କେହି ନଜର ନଦେବା ଆଶ୍ଚର୍ଯ୍ୟର ବିଷୟ ସାଜିଛି l ସୂଚନା ଯୋଗ୍ୟ, ବ୍ଲକ ଅଧୀନ ୩୧ଟି ପଞ୍ଚାୟତ ପାଇଁ ୮ଟି ଆମ ବସ ଚାଲୁଛି l ହାଟଡିହି ବିଡ଼ିଓ ରଞ୍ଜନ ପରିଡା କହିଛନ୍ତି ଆମ ବସ ଗୁଡିକ ବସ ଷ୍ଟାଣ୍ଡରେ ରହିବା କଥା l କିନ୍ତୁ ଏଠି ବସ ଷ୍ଟାଣ୍ଡ ନାହିଁ l ତେଣୁ ଯିଏ ଯେଉଁଠି ପାରିଲା ପାର୍କିଂ କଲା l ରାତି ହେଲେ କେବଳ ବ୍ଲକ ପରିସରରେ ଆମ ବସ ଗୁଡିକ ରହୁଛି l ଦିନ ସମୟରେ ବ୍ଲକ ପରିସରରେ ଆମ ବସ ଗୁଡିକ ପାର୍କିଂ କରିବାକୁ ସୁବିଧା ନାହିଁ l ଏପରି ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ