ସମୁଦ୍ର କୂଳ ଲଙ୍ଘିବା ଘଟଣା: ପ୍ରଶାସନ ସହିତ ଅଂଚଳବାସୀଙ୍କ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ହେଲା

ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲ ସମୁଦ୍ର କୂଳ ଲଙ୍ଘିବା ଘଟଣା ର ସ୍ଥାୟୀ ସମାଧାନ ଦାବୀ ନେଇ  ଅଗଷ୍ଟ ୧୦ ତାରିଖ ତଥା ସୋମବାର ଠାରୁ ଆନ୍ଦୋଳନ କୁ ଓଲ୍ହାଇବା ପାଇଁ ଡାକରା ଦେଇଥିଲେ ସାନ ଆର୍ଯ୍ୟପଲ୍ଲୀ ଗ୍ରାମବାସୀ । ଏହି ଆନ୍ଦୋଳନ ରେ ସାମିଲ ହେବା ନିମନ୍ତେ ବଡ ଆର୍ଯ୍ୟପଲ୍ଲୀ ଓ କେ. ଆର୍ଯ୍ୟପଲ୍ଲୀ ଗ୍ରାମବାସୀ କୁ ମଧ୍ୟ ସେମାନେ ଅନୁରୋଧ କରିଥିଲେ l ଏନେଇ ସାନ ଆର୍ଯ୍ୟପଲ୍ଲୀ ଗ୍ରାମ୍ୟ କମିଟି ପକ୍ଷରୁ ପୂର୍ବରୁ ଗଞ୍ଜାମ ଜିଲ୍ଲାପ୍ରଶାସନଙ୍କୁ ଅବଗତ କରାଇଥିଲା l  ଏହା କୁ ଦୃଷ୍ଟି ରେ ରବିବାର ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ସମୟରେ,ଏହି ସମସ୍ୟାର ସମାଧାନ ପାଇଁ ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ ଏବଂ ଅଞ୍ଚଳବାସୀଙ୍କ ସୁବିଧା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ଏହି ପ୍ରତିଶ୍ରୁତିକୁ ସମ୍ମାନ ଦେଇ ଆର୍ଯ୍ୟପଲ୍ଲୀବାସୀ ପକ୍ଷରୁ ଦିଆଯାଇଥିବା ଆନ୍ଦୋଳନ ଡାକରା କୁ ବର୍ତମାନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି। ତେବେ ପ୍ରଶାସନକୁ ସେମାନେ ଅନୁରୋଧ କରିଛନ୍ତି ଯେ ଆଗାମୀ ୭ ଦିନ ମଧ୍ୟରେ ଯଦି ଦିଆଯାଇଥିବା ପ୍ରତିଶ୍ରୁତି ଅନୁସାରେ କାମ ଆରମ୍ଭ ନହୁଏ ଏବଂ ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ ପାଇଁ ଠୋସ ପଦକ୍ଷେପ ନିଆଯାଏ ନାହିଁ, ତେବେ ଆସନ୍ତା ୧୭ ତାରିଖରେ ଆର୍ଯ୍ୟପଲ୍ଲୀବାସୀଙ୍କ ପକ୍ଷରୁ ଗଣତାନ୍ତ୍ରିକ ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ/ଧାରଣା କରାଯିବ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ