ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଛତ୍ରପୁର ଶାଖାର ବୈଠକ

ଛତ୍ରପୁର (ଓ୍ବାଇଏନଏସ): ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଛତ୍ରପୁର ଶାଖାର ମାସିକ ବୈଠକ ସଭାପତି ସୁରେନ୍ଦ୍ରନାଥ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପସଭାପତି ଡଃ ପ୍ରଶାନ୍ତ କୁମାର ଶତପଥୀ, ସାଧାରଣ ସମ୍ପାଦକ ସୋମନାଥ ସାହୁ, ସମ୍ପାଦକ ସନ୍ତୋଷ କୁମାର ବଡ଼ତ୍ୟା, କାର୍ଯ୍ୟକାରୀ ସଭାପତି କିଶୋର ଚନ୍ଦ୍ର ପାଢ଼ୀ ଓ କୋଷାଧ୍ୟକ୍ଷ ଜି. ପାପାରାଓ ମଞ୍ଚାସୀନ ରହି ସମାଜ ଗଠନରେ ଅବସରପ୍ରାପ୍ତ କର୍ମଚାରୀଙ୍କ ଅଭିଜ୍ଞତାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ବୈଠକରେ ଆସନ୍ତା ୩୦ ତାରିଖ (ମାସର ଶେଷ ରବିବାର) ଦିନ ସଂଘର ବାର୍ଷିକ ଉତ୍ସବ ପାଳନ କରିବା ସହ ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକର ଅବସରପ୍ରାପ୍ତ କର୍ମଚାରୀ ସଂଘର କର୍ମକର୍ତ୍ତାଙ୍କୁ ନିମନ୍ତ୍ରଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥିସହିତ ପେନସନ୍‌ଧାରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ସ୍ଥିର କରାଗଲା । ଏହି କାର୍ଯ୍ୟକ୍ରମରେ ବିଶ୍ୱମ୍ବର ରଥ, ଅଶ୍ୱିନୀ କୁମାର ଚୌଧୁରୀ, କାଶୀନାଥ ସାହୁ, ଏନ୍. ରାମରାଓ, ରଘୁନାଥ ସାହୁ, ବିଜୟ କୁମାର ନନ୍ଦ, ସୁକାନ୍ତ କୁମାର ଜେନା, ପ୍ରମୋଦ କୁମାର ପଟ୍ଟନାୟକ, ସୀମାଦ୍ରୀ ଚୌଧୁରୀ, ବିଜୟ କୁମାର ବେହେରା, କେ. କ୍ରିଷ୍ଣା ରାଓ, ଲକ୍ଷ୍ମୀନାରାୟଣ ପାତ୍ର, ରବୀନ୍ଦ୍ର କୁମାର ଦାଶ, ପୀତବାସ ପାଣିଗ୍ରାହୀ, ଅସିତ କୁମାର ପଟ୍ଟନାୟକ, ମଙ୍ଗଳା ଚାରଣ ପଣ୍ଡା, ଦଣ୍ଡପାଣି ରାଉଳ, ଭାସ୍କର ବେହେରା, ରମାକାନ୍ତ ପଣ୍ଡା, ପି. ଆଦେୟା, ନୃସିଂହ ପ୍ରସାଦ ପଶୁପାଳକ ଓ ହରିକୃଷ୍ଣ ସାହୁଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ ସଦସ୍ୟ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ