ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା

ବୁଗୁଡ଼ା, (ଅନୀଲ କୁମାର ମହାରଣା) : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବି. କରଡାବାଡି ସ୍ଥିତ ପିଏମ ଶ୍ରୀ ସର୍ଦ୍ଦାର ଅନ୍ତର୍ଯ୍ୟାମୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଦୁଇ ଦୁଇ ଦିନ ଧରି ଜୋନାଲ ସ୍ତରୀୟ ବିଦ୍ୟାଳୟ ସମୂହର କ୍ରୀଡା କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟତ୍ରୀ ସରୋଜିନୀ ହାଁସଦା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବଂଶୀଧର ନାୟକ, ସମ୍ମାନିତ ଅତିଥି ଭାବେ ଅତିରକ୍ତ ଗୋଷ୍ଠି ଶିକ୍ଷାଧିକାରୀ ରବୀନ୍ଦ୍ର ବେହେରା, ଶକୁନ୍ତଳା ବିଦ୍ୟପୀଠର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ନାୟକ, ଗୋପୀନାଥ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ପ୍ରଦୀପ କୁମାର ନାୟକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରୁପାଲୀ ସେଠୀ, ଉପସଭାପତି ପିଙ୍କି ଗୌଡ଼, ବିରଞ୍ଚିପୁର ସିଆରସିସ ଦେବଦତ୍ତ ମହାନ୍ତି, ତାକରଡ଼ା ସିଆରସିସ ଅନନ୍ତ ସାହୁ, କରଚୁଲି ସିଆରସିସ ଭିକାରି ଚରଣ ସାହୁ ଯୋଗଦେଇ କ୍ରୀଡ଼ାବିତମାନଙ୍କୁ କ୍ରୀଡାର ମହତ୍ୱ ଉପରେ ଦିଗଦର୍ଶନ ଦେଇଥିଲେ। ସଂସ୍କୃତ ଶିକ୍ଷକ ଗୌରୀ ବେହେରାଙ୍କ ଦ୍ୱାରା ବେଦ ପାଠ ଏବଂ ଶିକ୍ଷୟତ୍ରୀ ବଙ୍ଗାଳି ଶଙ୍କରମୁଣ୍ଡା ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା। ବି.କାରାଡାବାଡ଼ି ଜୋନାଲ କମିଟିର ସମ୍ପାଦକ ସିଦ୍ଧାନ୍ତ କୁମାର ରାଉତ ବିବରଣୀ ପାଠ କରିଥିଲେ। ବିଭୁ ପ୍ରସାଦ ନନ୍ଦ, ବିଶ୍ୱେଶ୍ୱର ଗିରି, ପ୍ରଣବ ମହାନ୍ତ, ଆଦିତ୍ୟ ପ୍ରଧାନ, ଅଲେଖ ସେଠୀ, ଲିଙ୍ଗରାଜ ବାରିକ, ବିକ୍ରମ ବେହେରା, ଅମୀୟରଞ୍ଜନ ଭୂୟାଁ, ଗୀତାଞ୍ଜଳି ମହାନ୍ତ, ଅକ୍ଷୟ ନାୟକ, ବିଭୁ ବେହେରା ପ୍ରଭୃତି କ୍ରୀଡା ଶିକ୍ଷକମାନେ ଖେଳ ପରିଚାଳନା କରିଥିଲେ। ଏଥିରେ ଦୌଡ, ଲମ୍ବା ଡିଆଁ, ଉଚ୍ଚ ଡିଆଁ ପ୍ରଭୃତି ଖେଳ ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ସୁନୀଲ କୁମାର ସାହୁ ସଂଯୋଜନା କରିଥିବା ବେଳେ ଶିକ୍ଷକ ଗଣେଶ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ