ଅମଲା ସଂଘର ସାଧାରଣ ବୈଠକ
କଟକ,(ଓ୍ବାଇଏନଏସ): କଟକ ଶତାବ୍ଦୀ ଭବନ ଠାରେ ଓଡ଼ିଶା ଅମଲା ସଂଘ କଟକ ଜିଲ୍ଲା ଶାଖାର ସଭାପତି ଚିତ୍ତରଞ୍ଜନ ପଟ୍ଟନାୟକ ସଭାପତିତ୍ୱରେ ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ଅମଲା ସଂଘର ବିଭିନ୍ନ କର୍ମକର୍ତ୍ତା ତଥା ନେତୃମଣ୍ଡଳୀ ଓ ସଭ୍ୟ ମାନେ ଯୋଗ ଦେଇ ଅମଲା ମାନଙ୍କର ସମସ୍ୟା ମଧ୍ୟରେ ପ୍ରବେଶିକା ଗ୍ରେଡ ପେ ୪୨୦୦ ଟଙ୍କା ବୃଦ୍ଧି କରିବା, ଅମଲା କ୍ୟାଡ଼ର ୨୦୨୪ର ପୁନର୍ଗଠନ କରାଯିବା, ପ୍ରତ୍ୟେକ ଅମଲାଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବା ଭଳି ଦାବି ଗୁଡିକ ବୈଠକରେ ଉପସ୍ଥାପନା କରାଯାଇଥିଲା ପରେ ପରେ ଉପୋରକ୍ତ ପ୍ରସ୍ତାବ ଗୁଡ଼ିକ ସର୍ବ ସମ୍ମତି କ୍ରମେ ଗୃହୀତ ହୋଇଥିଲା। ଏଥି ସହିତ ଅନ୍ୟ ଏକ ପ୍ରସ୍ତାବ ସଂଘର କର୍ମକର୍ତ୍ତା ପକ୍ଷରୁ ସଂଘକୁ ସୁଦୃଢ କରଣ କରାଯିବା ସହିତ ସଂଘର ଏକ ସ୍ଥାୟୀ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ମତ ପ୍ରକାଶ ପାଇଥିଲା।ଉକ୍ତ ବୈଠକରେ ଅମଲା ସଂଘର ଅଧକ୍ଷ ଶ୍ରୀ ବିରଞ୍ଚି ନାରାୟଣ ବରାଳ,ମୁଖ୍ୟ ଉପଦେଷ୍ଟା ଶ୍ରୀ ହୃଦୟ ବିହାରୀ ମହାପାତ୍ର,କାର୍ଯ୍ୟକାରୀ ସଭାପତି ଶ୍ରୀ ଶୁଭେନ୍ଦୁ ପାଣି,ସମ୍ପାଦକ ଶ୍ରୀ ବିଜୟ କୁମାର ସ୍ୱାଇଁ, ମଞ୍ଚାସୀନ ବକ୍ତା ଭାବରେ ନିଜସ୍ୱ ବକ୍ତବ୍ୟ ରଖିଥିଲେ। ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ଲଳିତ କୁମାର ଶତପଥୀ,ଅଜୟ କୁମାର ଜେନା, ସୁଚିତ ମିଶ୍ର,ମାନସ ରଞ୍ଜନ ପତି,ଅବଦୁଲ କାଲାମ ଖାନ୍, ଭରତ ଚନ୍ଦ୍ର ସ୍ୱାଇଁ,ବିପଦ ବାନ୍ଧବ ମହାନ୍ତି, ସୌମ୍ୟରଞ୍ଜନ ସାମଲ,ସୁଦୀପ କୁମାର ପ୍ରଧାନ,ତପନ କୁମାର ମହାପାତ୍ର, କିର୍ତ୍ତୀ ରଞ୍ଜନ ନାୟକ,ସଂଗ୍ରାମ ନାୟକ,ମନୋଜ କୁମାର ତ୍ରିପାଠୀ, ସୁନାକର ମଲ୍ଲିକ,ସାବନା ଆଜମି,ନିରଞ୍ଜନ ପରିଡ଼ା,ଦୀପକ ସେଠ୍,ଦେବାଶିଷ ମହାନ୍ତି,ଦେବାଶିଷ ରୟ,ଗୁରୁପ୍ରସାଦ ସିହ୍ନା,ଅରୁଣ ବାରିକ,ଅଭିଜିତ୍ ସିଂହ,ନିରଞ୍ଜନ ଆରୁଖ,ବ୍ରହ୍ମାନନ୍ଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ପରିଶେଷରେ କୋଷାଧ୍ୟକ୍ଷ ଗୁରୁ ଗୋବିନ୍ଦ ଦଳାଇଙ୍କ ସ୍ଥାନରେ ସୁଜିତ୍ କୁମାର ମିଶ୍ରଙ୍କୁ କୋଷାଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇବା ପାଇଁ ସର୍ବ ସମ୍ମତି କ୍ରମେ ସ୍ଥିର କରାଗଲା। ଶେଷରେ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଯାଇଥିଲା।


